କନକ ବ୍ୟୁରୋ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପି ତାର ପ୍ରଥମପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ମୋଟ ୯୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି । ଦଳର ପ୍ରଥମ ପ୍ରାର୍ଥୀ ତାଲିକାରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ନାମ ରହିଛି । ସେ ନାଗପୁର ଦକ୍ଷିଣ-ପଶ୍ଚିମ ଆସନରୁ ଲଢିବେ । 

Advertisment

ଦଳ ତରଫରୁ ପ୍ରଥମଥର ପାଇଁ ରାଜ୍ୟ ଅଧ୍ୟକ୍ଷ ଚନ୍ଦ୍ରଶେଖର ବାବନକୁଲେଙ୍କୁ ଟିକେଟ ଦିଆଯାଇଛି । ସେ କାମଠି ଆସନରୁ ଲଢିବେ । ୨୦୧୯ ନିର୍ବାଚନରେ ପାର୍ଟି ତାଙ୍କ ଟିକେଟ କାଟିଥିଲା । ଏହାସହ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଥିବା ଅଶୋକ ଚୌହ୍ୱାନଙ୍କ ବଦଳରେ ତାଙ୍କ ଝିଅ ଶ୍ରୀଜୟାଙ୍କୁ ପାର୍ଟି ଟିକେଟ ଦେଇଛି । ଦଳ ପ୍ରଥମ ପର୍ଯ୍ୟାୟରେ ଘୋଷଣା କରିଥିବା ୯୯ ପ୍ରାର୍ଥୀଙ୍କ ମଧ୍ୟରୁ ୧୩ ଜଣ ମହିଳା ଅଛନ୍ତି ।