କନକ ବ୍ୟୁରୋ: ଚାଲିଛି ହରିୟାଣା ବିଧାନସଭା ନିର୍ବାଚନର ଭୋଟ ଗଣତି  । ପ୍ରଥମ ରାଉଣ୍ଡରେ ସବୁ ଏଗଜିଟ ପୋଲରେ କଂଗ୍ରେସ ଦ୍ରୁତ ଗତିରେ ମାଡିଚାଲିଥିଲା ହେଲେ ହଠାତ୍ ଅଙ୍କ ବଦଳିଗଲା । ଏବେଯାଏଁ ଏଗଜିଟ ପୋଲ ଅନୁସାରେ ବିଜେପି ଭଲ ଗତିରେ ରହିଛି ।  ଏଯାଏଁ ଟ୍ରେଣ୍ଡକୁ ଦେଖିଲେ, ବିଜେପି ସ୍ପଷ୍ଟ ବହୁମତ ହାସଲ କରିବାର ଯଥେଷ୍ଟ ସମ୍ଭାବନା ଦେଖାଯାଉଛି । 
 

Advertisment

ଦିନ ସାଢେ ୧୨ ଟା ସୁଦ୍ଧା ହରିୟାଣାରେ ବିଜେପି ଆଗେଇ ଚାଲିଛି । ପଛରେ ପଡିଛି କଂଗ୍ରେସ  । ଟେଣ୍ଡ ଅନୁସାରେ ଏଠାରେ ବିଜେପି ୪୯ ଟି ଆସନରେ ଆଗେଇ ଚାଲିଥିବାବେଳେ କଂଗ୍ରେସ ୩୫ଟି ଆସରେ ଆଗରେ ଅଛି । ସେହିପରି  ଅନ୍ୟ ଦଳ ୯ଟି ଆସରେ ଆଗରେ ଥିବା ଜଣାପଡିଛି ।