ମଲ୍ଲିକାର୍ଜୁନ ଖଡଗେଙ୍କ ବୟାନକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ । ୩ କେନ୍ଦ୍ରମନ୍ତ୍ରୀଙ୍କ କଟାକ୍ଷ, ଜବାବ ରଖିଲା କଂଗ୍ରେସ

Advertisment

ଗତକାଲି ଖଡଗେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାରୁ ହଟାଇବା ପୂର୍ବରୁ ସେ ମରିବେ ନାହିଁ । ଯାହାକୁ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି କଂଗ୍ରେସର ଭୟ ଓ ଘୃଣା ଏଥିରେ ଜଣାପଡୁଛି ବୋଲି କହିଛନ୍ତି ଗୃହମନ୍ତ୍ରୀ ।

frwwfwre

କନକ ବ୍ୟୁରୋ : ମଲ୍ଲିକାର୍ଜୁନ ଖଡଗେଙ୍କ ବୟାନକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ । ଗତକାଲି ଖଡଗେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାରୁ ହଟାଇବା ପୂର୍ବରୁ ସେ ମରିବେ ନାହିଁ । ଯାହାକୁ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି କଂଗ୍ରେସର ଭୟ ଓ ଘୃଣା ଏଥିରେ ଜଣାପଡୁଛି ବୋଲି କହିଛନ୍ତି ଗୃହମନ୍ତ୍ରୀ । କିଏ ମରୁ ଅବା ବଞ୍ଚୁ ମୋଦୀଙ୍କ ୧୦୦ ବର୍ଷ ବଞ୍ଚିବେ ଏବଂ ଶାସନ କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ  ଗିରିରାଜ ସିଂ । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ କଂଗ୍ରେସକୁ ସମାଲୋଚନା କରିବା ସହ ୨୦୪୭ ବିକଶିତ ଭାରତ ଦେଖିବା ପାଇଁ ଖଡଗେ ବଞ୍ଚିରୁହନ୍ତୁ ବୋଲି କହିଛନ୍ତି । ଜମ୍ମୁ ଓ କଶ୍ମୀରର ନିର୍ବାଚନୀ ରାଲିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଅସୁସ୍ଥ ହୋଇ ସୁସ୍ଥ ହେବା ପରେ ମୋଦୀଙ୍କୁ କ୍ଷମତାରୁ ହଟାଇବା ପୂର୍ବରୁ ସେ ମରିବେ ନାହିଁ ବୋଲି କହିଥିଲେ। ଏହାର କିଛି ସମୟ ପରେ ଖଡଗେଙ୍କୁ ଫୋନ କରି ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ବିଜେପିଂ ଏଭଳି ସମାଲୋଜନାର ଯବାବ ରଖିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe