କନକ ବ୍ୟୁରୋ: କେରଳରେ ୱାୟନାଡ ଲୋକସଭା ଆସନ ପାଇଁ କଂଗ୍ରେସ ଓ ବିଜେପି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପ୍ରଥମଥର ପ୍ରତ୍ୟେକ୍ଷ ନିର୍ବାଚନ ଲଢ଼ୁଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିରୋଧୀ ପ୍ରାର୍ଥୀ ଘୋଷଣା କରିଛି ବିଜେପି । କଂଗ୍ରେସ ପ୍ରିୟଙ୍କା ଗାନ୍ଧୀଙ୍କୁ କେରଳରେ ୱାୟନାଡ ଲୋକସଭା ଆସନ ପାଇଁ ଅନୁଷ୍ଠିତ ହେବାକୁ ଥିବା ଉପ ନିର୍ବାଚନରେ ପ୍ରାର୍ଥୀ କରିଛି। ଏବେ ତାଙ୍କୁ ଏଠାରେ ଟକ୍କର ଦେବାକୁ ବିଜେପି ନାଭ୍ୟା ହରିଦାସଙ୍କୁ ଟିକେଟ ଦେଇଛି । ନାଭ୍ୟାଙ୍କୁ ପ୍ରାର୍ଥୀ କରି ଦଳ ୱାୟନାଡରେ ବିଜୟୀ ହେବାକୁ ଆଶା ରଖିଛି ।
ନାଭ୍ୟା ହେଉଛନ୍ତି କେରଳ ବିଜେପି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦକ । ସେ ଦୁଇ ଥର କୋଝିକୋଡେରୁ କାଉନସିଲର ହୋଇଛନ୍ତି । ବିଜେପି ସଂସଦୀୟ ଓ କର୍ପୋରେସନର ସଦସ୍ୟ । ୨୦୨୧ କେରଳ ବିଧାନସଭା ନିର୍ବାଚନରେ ସେ କୋଝିକୋଡେରୁ ଏନଡିଏର ପ୍ରାର୍ଥୀ ହୋଇଥିଲେ। ହେଲେ ତାଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା। କେରଳର ୱାୟନାଡ ଲୋକସଭା ଆସନରେ ଉପ ନିର୍ବାଚନ ନଭେମ୍ବର ୧୩ରେ ଅନୁଷ୍ଠିତ ହେବ । ଏଥିପାଇଁ ଗ୍ୟାଜେଟ ନୋଟିଫିକେସନ ୧୮ ଅକ୍ଟୋବରରେ ପ୍ରକାଶ ପାଇବ। ନାମାଙ୍କନ ଦାଖଲ ଶେଷ ତାରିଖ ଅକ୍ଟୋବର ୨୫ ରହିଥିବା ବେଳେ ପ୍ରତ୍ୟାହାର ପାଇଁ ଅକ୍ଟୋବର ୩୦କୁ ଧାର୍ୟ୍ୟ କରାଯାଇଛି। ନଭେମ୍ବର ୧୩ରେ ଏଠାରେ ଭୋଟିଂ ହେବାକୁ ଥିବା ବେଳେ ନଭେମ୍ବର ୨୩ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।
ୱାୟନାଡ ଲଢ଼େଇ:
କେରଳରେ ୱାୟନାଡ ଲୋକସଭା ଆସନ ନିର୍ବାଚନ
ଆସନ ଦଖଲ ପାଇଁ ପଇଁ କଂଗ୍ରେସ ଓ ବିଜେପି ପ୍ରସ୍ତୁତି
କଂଗ୍ରେସରୁ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଲଢୁଛନ୍ତି
ପ୍ରିୟଙ୍କାଙ୍କୁ ଚେକ୍ ଦେବାକୁ ପ୍ରାର୍ଥୀ ଘୋଷଣା କରିଛି ବିଜେପି
ନାଭ୍ୟା ହରିଦାସଙ୍କୁ ଟିକେଟ ଦେଇଛି ବିଜେପି
ନଭ୍ୟା କେରଳ ବିଜେପି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦକ
୨୦୨୧ କେରଳ ବିଧାନସଭା କୋଝିକୋଡେରୁ ପ୍ରାର୍ଥୀ ହୋଇଥିଲେ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/2024/10/20/8A0dyuOQItgtOSYdrZA0.jpg)