ମନମୋହନଙ୍କ ବୟାନ ପରେ ବିଜେଡିରେ ହଲଚଲ୍; ମୁହାଁମୁହିଁ ବିଜେଡି ଓ ବିଜେପି ନେତା

Advertisment

ବିଜେପି ସହ ଯୋଗାଯୋଗରେ ଅଛନ୍ତି ବିଜେଡି ନେତା । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଏହି ବୟାନ ପରେ ଏବେ ରାଜ୍ୟ ରାଜନୀତିରେ ହଲଚଲ ।

ବିଜେପି ସହ ଯୋଗାଯୋଗରେ ଅଛନ୍ତି ବିଜେଡି ନେତା । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଏହି ବୟାନ ପରେ ଏବେ ରାଜ୍ୟ ରାଜନୀତିରେ ହଲଚଲ ।

Manmohan Samal's Remark

କନକ ବ୍ୟୁରୋ : ବିଜେଡି ଖାଲି ହୋଇଯିବା ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଙ୍କ ବୟାନ ପରେ ଜୋର ଧରିଲା ରାଜନୀତି । ମୁହାଁମୁହିଁ ବିଜେଡି ଓ ବିଜେପି ନେତା । ଖୋଲା ଆହ୍ୱାନ ଦେଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁ । ସେ କହିଛନ୍ତି, କେଉଁ ନେତା ଯୋଗାଯୋଗରେ ଅଛନ୍ତି ନାଁ ପ୍ରକାଶ କରନ୍ତୁ ମନମୋହନ ସାମଲ । ସମସ୍ତଙ୍କୁ ଭୁଆଁ ବୁଲାଇଲା ପରି କହୁଛନ୍ତି ରାଜ୍ୟ ସଭାପତି । ବିଜେଡି ମଝବୁଥ ଅଛି । ଆଗକୁ ମଧ୍ୟ ରହିବ । ବିଜେପିର ଅଭ୍ୟାସ ମିଛ ପ୍ରଚାର କରିବା । ବିଭିନ୍ନ ରାଜ୍ୟରେ ସରକାର ଭାଙ୍ଗିଛି ବିଜେପି ।

ବିଜେପି ବିଧାୟକ ସନାତନ ବିଜୁଳୀ କହିଛନ୍ତି, ବିଜେଡି ଏବେ ଶେଷ ହେବାକୁ ଯାଉଛି । ଭାରତରେ ବିଜେପି ହେଉଛି ଏକ ମାତ୍ର ବିକଳ୍ପ । ଆଗାକୁ ଦେଖନ୍ତୁ କଣ ହେଉଛି । ତାଙ୍କୁ ଭାଙ୍ଗିବାକୁ ପଡିବ ନାହିଁ । ବିଜେଡି ଆପେ ଆପେ ଭାଙ୍ଗିଯିବ ବୋଲି କହିଛନ୍ତି ବିଜେପି ବିଧାୟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe