କନକ ବ୍ୟୁରୋ : ବିଜେଡି ଖାଲି ହୋଇଯିବା ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବୟାନ ପରେ ଜୋର ଧରିଲା ରାଜନୀତି । ମୁହାଁମୁହିଁ ବିଜେଡି ଓ ବିଜେପି ନେତା । ଖୋଲା ଆହ୍ୱାନ ଦେଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁ । ସେ କହିଛନ୍ତି, କେଉଁ ନେତା ଯୋଗାଯୋଗରେ ଅଛନ୍ତି ନାଁ ପ୍ରକାଶ କରନ୍ତୁ ମନମୋହନ ସାମଲ । ସମସ୍ତଙ୍କୁ ଭୁଆଁ ବୁଲାଇଲା ପରି କହୁଛନ୍ତି ରାଜ୍ୟ ସଭାପତି । ବିଜେଡି ମଝବୁଥ ଅଛି । ଆଗକୁ ମଧ୍ୟ ରହିବ । ବିଜେପିର ଅଭ୍ୟାସ ମିଛ ପ୍ରଚାର କରିବା । ବିଭିନ୍ନ ରାଜ୍ୟରେ ସରକାର ଭାଙ୍ଗିଛି ବିଜେପି ।
ବିଜେପି ବିଧାୟକ ସନାତନ ବିଜୁଳୀ କହିଛନ୍ତି, ବିଜେଡି ଏବେ ଶେଷ ହେବାକୁ ଯାଉଛି । ଭାରତରେ ବିଜେପି ହେଉଛି ଏକ ମାତ୍ର ବିକଳ୍ପ । ଆଗାକୁ ଦେଖନ୍ତୁ କଣ ହେଉଛି । ତାଙ୍କୁ ଭାଙ୍ଗିବାକୁ ପଡିବ ନାହିଁ । ବିଜେଡି ଆପେ ଆପେ ଭାଙ୍ଗିଯିବ ବୋଲି କହିଛନ୍ତି ବିଜେପି ବିଧାୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/6DKaO7XJcU63eFHdLuwr.jpg)