କନକ ବ୍ୟୁରୋ : ରାସ୍ତା ପାଲଟିଲା ଋଣଭୂମି । ପ୍ରଦର୍ଶନକାରୀ-ପୁଲିସ ମୁହାଁମୁହିଁ । ଗୋଡାଇଗୋଡାଇ ପିଟିଲା ପୁଲିସ । ଲୁହ ବୁହା ଗ୍ୟାସ ଛଡା ଗଲା । ପ୍ରଦର୍ଶନକାରୀଙ୍କୁ ପାଣି ମାଡ଼ । ହାଜତକୁ ନେଲା ପୁଲିସ । ବ୍ୟାରିକେଟକୁ ଭାଙ୍ଗିଲେ ପ୍ରଦର୍ଶନକାରୀ । ଭଙ୍ଗାରୁଜା ହୋହାଲ୍ଲା  । ଏହି ମାର୍ଚ୍ଚ ନ୍ୟାୟ ପାଇଁ ।ଏହି ବିକ୍ଷୋଭ ଦୋଷୀଙ୍କୁ କଠୋରଦଣ୍ଡ ଦେବାକୁ । ଅଭୟାଙ୍କୁ ନ୍ୟାୟ  ଦେବାକୁ ମମତା ବାର୍ନାଜୀଙ୍କ ଗଡରେ ଛାତ୍ର ସଂଗଠନ  କରିଛି ମହାବିକ୍ଷୋଭ   । ସରକାରଙ୍କ ବିରୋଧରେ କରାଯାଇଥିବା ପ୍ରଦର୍ଶନ ଉଠିଛି ପଡିଛି କୋଲକାତା । ଦୁଷ୍କର୍ମ ଓ ହତ୍ୟା ମାମଲାରେ ମଙ୍ଗଳବାର ଛାତ୍ର ସଂଗଠନ କରିଛନ୍ତି ନବନ୍ନା ମାର୍ଚ୍ଚ । ଏହି ବିଶାଳ ମାର୍ଚ୍ଚକୁ ଅଟାକାଇବାକୁ କୋଲାକତା ପୁଲିସ ନାକେଦମ ହୋଇଛି । ବ୍ୟାରିକେଡ ସାଙ୍ଗକୁ ଲୁହା, ବାଉଁଶ ଓ ବଡ ବଡ କଂଟେନର ରାସ୍ତା ଉପରେ ରଖି ସିଲ  କରାଯାଇଥିଲେ ବି ପ୍ରଦର୍ଶନ ରୋକିବାରେ ଏହା ଫେଲ ମାରିଛି ପୁଲିସ ।

Advertisment

ରାଜ୍ୟ ସଚିବାଳୟ ବାହାରେ ବ୍ୟାପକ ସଂଖ୍ୟାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି ।ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ୬ହଜାର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିବାବେଳେ ପୂରା ସହରକୁ କଡ଼ା ସୁରକ୍ଷାବଳୟରେ ରଖାଯାଇଛି । ୨୧ଟି  ପଂଏଟରେ ବ୍ୟାରିକେଟିଂ କରାଯିବା  ସହ ୧୯ ପଂଏଟକୁ ଜଗିଥିଲେ ବରିଷ୍ଠ ପୁଲିସ ଅଧିକାରୀ । ନବାନ୍ନା ନିକଟ ଅଂଚଳରେ ୧୪୪ ଧାରା ଲାଗୁ କରାଯାଇଛି । ଛାତ୍ରମାନଙ୍କୁ ରୋକିବାକୁ ପୁଲିସ କୋଲକାତାର ଅଧିକାଂଶ ରାସ୍ତାକୁ ସିଲ କରିଥିଲା । ବିଭିନ୍ନ ସ୍ଥାନକୁ ଜଗିଛି ଡ୍ରୋନ ।

ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜୁନିୟର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ୟ୍ୟାଳୟ ନବାନ୍ନ ଘେରାଉ ପାଇଁ ଏକାଠି ହୋଇଥିଲେ ଶହ ଶହ ଛାତ୍ରଛାତ୍ରୀ । ଟିଏମସି ସରକାର ବିରୋଧରେ ଆଜି ପର୍ୟ୍ୟନ୍ତ ଏହା ଛାତ୍ର ସଂଗଠନର ସବୁଠୁ ବଡ ଆନ୍ଦୋଳନ କରାଯାଇଛି । ଏମାନଙ୍କ ତିନି ଦାବି ରହିଛି ପୀଡିତାଙ୍କୁ ନ୍ୟାୟ । ଦୋଷୀକୁ ମୃତ୍ୟୁଦଣ୍ଡ  ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା । ସେପଟେ ପ୍ରଦର୍ଶନ ପଛରେ ବିରୋଧୀଙ୍କ ହାତ ଥିବା କହିଛି ତୃଣମୁଳକଂଗ୍ରେସ ।