ବିଜେଡି ସାଂସଦ ମୁନ୍ନା ଖାନଙ୍କ ବିସ୍ଫୋରକ ବୟାନ: ବିଜେପିର କାଉଣ୍ଟର, ୨୦୨୯ ପର୍ଯ୍ୟନ୍ତ ବିଜେଡି ରହିବ କି ନାହିଁ ସନ୍ଦେହ

Advertisment

ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାନଙ୍କ ବିସ୍ଫୋରକ ବୟାନ । ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ୧୪ ବିଧାୟକ ବିଜେଡି ସହ ଯୋଗାଯୋଗରେ ଥିବା କହିଛନ୍ତି ମୁନ୍ନା ଖାନ ।

ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାନଙ୍କ ବିସ୍ଫୋରକ ବୟାନ । ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ୧୪ ବିଧାୟକ ବିଜେଡି ସହ ଯୋଗାଯୋଗରେ ଥିବା କହିଛନ୍ତି ମୁନ୍ନା ଖାନ ।

wdw

କନକ ବ୍ୟୁରୋ: ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାନଙ୍କ ବିସ୍ଫୋରକ ବୟାନ । ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ୧୪ ବିଧାୟକ ବିଜେଡି ସହ ଯୋଗାଯୋଗରେ ଥିବା କହିଛନ୍ତି ମୁନ୍ନା ଖାନ । ସାଂସଦଙ୍କ ଏହି ବୟାନ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି । ନିଜ କର୍ମୀଙ୍କ ମନୋବଳ ବଢ଼ାଇବାକୁ ଯାଇ ମୁନା ଖାନ କହିଛନ୍ତି, ବିଜେଡି ଖୁବ କମ୍ ଦିନ ଭିତରେ କ୍ଷମତାକୁ ଫେରିବ। ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ିଥିବା ୨୨ ନେତା ବିଜେପିରେ ଯୋଗ ଦେଇଥିଲେ । ବିଜେପି ଟିକେଟ୍ ପାଇ ବିଧାୟକ ହୋଇଛନ୍ତି । ସେଥିରୁ ୧୪ ବିଧାୟକ ଏବେ ବିଜେଡି ଲିଙ୍କରେ ଅଛନ୍ତି, ଯାହା ବିଜେଡି କ୍ଷମତାକୁ ଫେରିବାକୁ ରାସ୍ତା ଖୋଲୁଛି । ବିଜେପି ନିର୍ବାଚନରେ ଯାହା ପ୍ରତିଶ୍ରୁତି ଦେଇଥିଲା, ତାହା ପୂରଣ କରିବାରେ ବିଫଳ ହୋଇଛି । ତେଣୁ ଆଜି ଯଦି ନିର୍ବାଚନ ହେବ, ତେବେ ବିଜେଡିକୁ ୧୦୦ ସିଟ୍ ମିଳିବା ନିଶ୍ଚିତ ।  କାରଣ ଏବେ ମଧ୍ୟ ୯୦ ପ୍ରତିଶତ ବ୍ଲକ ଏବଂ ଜିଲ୍ଲା ପରିଷଦ ବିଜେଡି ଦଖଲରେ ହିଁ ରହିଛି ବୋଲି କହିଛନ୍ତି ମୁନ୍ନା ଖାନ । ଏହାର ଜବାବ ରଖିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe