କନକ ବ୍ୟୁରୋ : ବିଜେଡି ଖାଲି ହୋଇଯିବା ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବୟାନ ପରେ ଜୋର ଧରିଲା ରାଜନୀତି । ମୁହାଁମହିଁ ବିଜେଡି ଓ ବିଜେପି ନେତା । ଖୋଲା ଆହ୍ବାନ ଦେଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁ। କହିଛନ୍ତି, କେଉଁ ନେତା ଯୋଗାଯୋଗରେ ଅଛନ୍ତି ନାଁ ପ୍ରକାଶ କରନ୍ତୁ ମନମୋହନ ସାମଲ। ସମସ୍ତଙ୍କୁ ଭୁଆଁ ବୁଲାଇଲା ପରି କହୁଛନ୍ତି ରାଜ୍ୟ ସଭାପତି । ବିଜେଡି ମଜବୁତ ଅଛି । ଆଗକୁ ମଧ୍ୟ ରହିବ। ବିଜେପିର ଅଭ୍ୟାସ ମିଛ ପ୍ରଚାର କରିବା। ବିଭିନ୍ନ ରାଜ୍ୟରେ ସରକାର ଭାଙ୍ଗିଛି ବିଜେପି। ବିଜେପି ବିଧାୟକ ସନାତନ ବିଜୁଳୀ କହିଛନ୍ତି, ବିଜେଡି ଏବେ ଶେଷ ହେବାକୁ ଯାଉଛି। ଭାରତରେ ବିଜେପି ହେଉଛି ଏକ ମାତ୍ର ବିକଳ୍ପ । ଆଗାକୁ ଦେଖନ୍ତୁ କଣ ହେଉଛି । ତାଙ୍କୁ ଭାଙ୍ଗିବାକୁ ପଡିବ ନାହିଁ । ବିଜେଡି ଆପେ ଆପେ ଭାଙ୍ଗିଯିବ ବୋଲି କହିଛନ୍ତି ବିଜେପି ବିଧାୟକ ।