ସୀମା ଟପିଲାଣି ଲଘୁ ଖଣିଜ ଲୁଟ୍ ! କାହା ଅମଳରେ ହୋଇଛି ବେଶି ଲୁଟ୍ ?

Advertisment

ଦିନ ଦ୍ବିପ୍ରହରରେ ବେଧଡକ ଚାଲିଛି ଲଘୁ ଖଣିଜ ଚୋରା କାରବାର । ଶାସକ ଦଳକୁ ବିବାଦକୁ ଟାଣିଲେ ବିରୋଧୀ ।  କହିଲେ, ସରକାରଙ୍କ ପ୍ରୋତ୍ସାହନରେ ହେଉଛି ଲୁଟ୍ । ବିଜେପିର ଜବାବ, ଆମେ ନୁହେଁ ୨୪ ବର୍ଷ ଧରି ତୁମେ କରୁଥିଲ ଖଣି ଚୋରି ।

ଦିନ ଦ୍ବିପ୍ରହରରେ ବେଧଡକ ଚାଲିଛି ଲଘୁ ଖଣିଜ ଚୋରା କାରବାର । ଶାସକ ଦଳକୁ ବିବାଦକୁ ଟାଣିଲେ ବିରୋଧୀ ।  କହିଲେ, ସରକାରଙ୍କ ପ୍ରୋତ୍ସାହନରେ ହେଉଛି ଲୁଟ୍ । ବିଜେପିର ଜବାବ, ଆମେ ନୁହେଁ ୨୪ ବର୍ଷ ଧରି ତୁମେ କରୁଥିଲ ଖଣି ଚୋରି ।

7 PM 2-Mines loot

କନକ ବ୍ୟୁରୋ: ରାଜ୍ୟର ବେଧଡକ ଚାଲିଛି ଲଘୁ ଖଣିଜ ଚୋରା କାରବାର । ମାଫିଆମାନେ ଦିନରେ ଚୋରି କରୁଛନ୍ତି, କିନ୍ତୁ କାର୍ଯ୍ୟାନୁଷ୍ଠାନ ହେଉନି । ବିଜେଡି ଆଜି ଏ ନେଇ ସାଂଘାତିକ ଅଭିଯୋଗ ଆଣିବା ପରେ ରାଜନୀତି ଜୋର ଧରିଛି । କାହା ଶାସନକାଳରେ ଚୋରି ଅଧିକ ହୋଇଛି ତାକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି । 

ସୀମା ଟପିଲାଣି ଲଘୁ ଖଣିଜ ଲୁଟ୍
ସନ୍ଦେହରେ ଖଣି ବିଭାଗର ଭୂମିକା
 
କେନ୍ଦୁଝର ସମେତ ସାରା ରାଜ୍ୟରେ ଏବେ ଲଘୁ ଖଣିଜ ଚୋରା ଚାଲାଣକାରୀ ସକ୍ରିୟ। ସରକାରଙ୍କୁ ଚକମା ଦେଇ ମାଫିଆମାନେ ଏବେ କୋଟିକୋଟି ଟଙ୍କାର ଲଘୁ ଖଣିଜ ସମ୍ପଦ ଲୁଟ୍ କରୁଛନ୍ତି । ଯାହାଫଳରେ କୋଟି କୋଟି ଟଙ୍କା ରାଜସ୍ୱହାନୀ ହେଉଛି । ତଥ୍ୟ ଅନୁସାରେ, ୨୦୨୩ରେ ଲଘୁ ଖଣିଜ ସମ୍ପଦ ପରିଚାଳନା ଦାୟିତ୍ୱ ରାଜସ୍ୱ ବିଭାଗ ପାଖରୁ ଖଣି ବିଭାଗକୁ ଯିବା ପରଠାରୁ କ୍ରମାଗତ ଭାବେ ରାଜସ୍ୱ କମି ଚାଲିଛି । ଅନ୍ୟପଟେ ଖଣି ଚୋରି ବଢ଼ି ଚାଲିଛି । ତେବେ ଏଭଳି ବେଆଇନ କାରବାର ପଛରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଶାସକ ଦଳର ବିଧାୟକଙ୍କୁ କାଠଗଡାକୁ ଟାଣିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି କହିଛି, ଖଣି ମାଲିକଙ୍କ ଉପରେ  କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଖଣି ମାଫିଆ ଦିନରେ ଚୋରି କରୁଛନ୍ତି । ଏ ସବୁ ପଛରେ ସରକାରଙ୍କ ପ୍ରୋତ୍ସାହନ ରହୁଛି । 
 
କିଛି ଦିନ ତଳେ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିଜ ନିର୍ବାଚନମଣ୍ଡଳୀ ଗୋପାଳପୁରରେ ଲଘୁ ଖଣିଜ ଦ୍ରବ୍ୟ ଚୋରି ହେଉଥିବା କଥା ସାମ୍ନାକୁ ଆସିଥିଲା । ମୁଖ୍ୟ ଶାସନ ସଚିବ ଖଣି ଲୁଟକୁ କମାଇବାକୁ ଗୁରୁତ୍ୱ ଦେଇଥିଲେ ବି ଏହାର କୌଣସି ପ୍ରଭାବ ପଡୁନଥିବା ଦେଖିବାକୁ ମିଳିଛି । ଅଭିଯୋଗ ହେଉଛି, ଦୁର୍ନୀତିର ଉତ୍ସକୁ ବନ୍ଦ କରିବାକୁ କୌଣସି ଉଦ୍ୟମ ହେଉନାହିଁ । ଏପେଟ ବିଜେଡି ଅଭିଯୋଗର ଜବାବ ରଖି ବିଜେପି କହିଛି, ୨୪ ବର୍ଷ ଖଣି ଦୁର୍ନୀତିରେ ବିଜେଡି ରହିଥିଲା । ଯେତେ ଦୁର୍ନୀତି ହୋଇଛି ୨୪ ବର୍ଷ ଭିତରେ ହୋଇଛି ।
 
 ଖଣି ଚୋରି ନେଇ ବିଜେଡି-ବିଜେପି ମୁହାଁମୁହିଁ ପରେ ପ୍ରଶ୍ନ ଉଠୁଛି
- ବିଜେଡି ଅଭିଯୋଗର ଦମ୍ କେତେ ?
- ବେଆଇନ ଖଣି ଖୋଳା ଉପରେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ ?
- ଖଣି ମାଫିଆଙ୍କୁ ପ୍ରୋତ୍ସାହନ ଦେଉଛି କିଏ ?
- ନେତାଙ୍କ ସମର୍ଥନ ବିନା ମାଫିଆ ସକ୍ରିୟ ହୋଇପାରିବେ କି ?
 
ଆର୍ଥିକବର୍ଷ         ରାଜସ୍ବ ସଂଗ୍ରହ ( ରାଜସ୍ବ ବିଭାଗ) 
୨୦୧୯-୨୦       ୩୧ କୋଟି ୩୮ ଲକ୍ଷ 
୨୦୨୦-୨୧       ୪୧ କୋଟି ୪୪ଲକ୍ଷ 
୨୦୨୧-୨୨       ୬୭ କୋଟି ୪ଲକ୍ଷ 
୨୦୨୨-୨୩       ୭୭ କୋଟି ୭୨ଲକ୍ଷ 

ଆର୍ଥିକ ବର୍ଷ                   ରାଜସ୍ବ ସଂଗ୍ରହ ( ଖଣି ବିଭାଗ ) 
୨୦୨୩-୨୪                ୩୪ କୋଟି ୩୯ ଲକ୍ଷ 
୨୦୨୪-୨୫ (ଡିସେମ୍ବର)  ୯ କୋଟି ୧୨ଲକ୍ଷ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe