କନକ ବ୍ୟୁରୋ : ବିଭିନ୍ନ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି । କଟକ ଜିଲ୍ଲା ବିଜେପି ସଭାପତି ହେଲେ ସୁକାନ୍ତ ବିଶ୍ୱାଳ । ଦେବେନ୍ଦ୍ର ନାଥ ତରାଇ ହେଲେ ପୁରୀ ଜିଲ୍ଲା ବିଜେପି ସଭାପତି । ରାହାସ ବିହାରୀ ବେହେରା ହେଲେ ଢେଙ୍କାନାଳ ଜିଲ୍ଲା ବିଜେପି ସଭାପତି । ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ହେଲେ ସରୋଜ ସାବତ । ଶ୍ରୀବତ୍ସ ବେହେରା ହେଲେ ବଲାଙ୍ଗିର ଜିଲ୍ଲା ସଭାପତି ।
ଘୋଷଣା ହୋଇଛି ବିଜେପିର ଜିଲ୍ଲା ସଭାପତିଙ୍କ ନାଁ । ବିଭିନ୍ନ ଜିଲ୍ଲାରେ ଦଳୀୟ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଘୋଷଣା କରିଛି ଦଳ । ଗଞ୍ଜାମ, ବଲାଙ୍ଗୀର, କଟକ ନଗର, ପୁରୀ, ସୁନ୍ଦରଗଡ଼, ଢେଙ୍କାନାଳ, କେନ୍ଦ୍ରାପଡା, ବାଲେଶ୍ୱର, କଳାହାଣ୍ଡି, ମୟୁରଭଞ୍ଜ ଓ ଦେବଗଡ଼ ଜିଲ୍ଲା ପାଇଁ ସଭାପତିଙ୍କ ନାଁ ଘୋଷଣା ହୋଇଛି । ତେବେ ଗୋଟିଏ ପର୍ଯ୍ୟାୟରେ ସବୁ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇପାରୁନି । ଦୁଇଟି ପର୍ୟ୍ୟାୟରେ ନାଁ ଘୋଷଣା ହୋଇପାରେ ।
ଆଜି ପ୍ରଥମ ଦିନରେ ୨୩ଟି ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହେବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ପର୍ଯ୍ୟାୟରେ ୨୩ଟି ସାଂଗଠାନିକ ଜିଲ୍ଲାର ଜିଲ୍ଲା ସଭାପତି ନା ଘୋଷଣା ହେବା ପରେ ବାକି ୧୪ଟି ଜିଲ୍ଲା ସଭାପତିଙ୍କ ନାଁ ଦ୍ଵିତୀୟ ପର୍ଯ୍ୟାୟରେ ଘୋଷଣା କରାଯିବ ବୋଲି ସୂଚନା ରହିଛି । ସେପଟେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି କୌଣସି ଦ୍ୱନ୍ଦ୍ୱ ନାହିଁ । ସହମତି ଭିତରେ ଜିଲ୍ଲା ସଭାପତି ବଛାଯାଉଛି ।
ଗଞ୍ଜାମ : ସରୋଜ ସାବତ
ବଲାଙ୍ଗୀର : ଶ୍ରୀବତ୍ସ ବେହେରା
ପୁରୀ: ଦେବେନ୍ଦ୍ର ତରାଇ
ସୁନ୍ଦରଗଡ଼ : ଗିରିଶ ସାହୁ
ଢେଙ୍କାନାଳ : ରାହାସ ବିହାରୀ ବେହେରା
କେନ୍ଦ୍ରାପଡ଼ା : ଶଶାଙ୍କ ଶେଖର ସେଠି
ବାଲେଶ୍ୱର : ଈଶ୍ୱର ଚନ୍ଦ୍ର ବେହେରା
କଟକ ନଗର : ସୁକାନ୍ତ ବିଶ୍ୱାଳ
କଳାହାଣ୍ଡି : ଯୁଗଳ ପୋଢ଼
ମୟୁରଭଞ୍ଜ ( ରାଇରଙ୍ଗପୁର ) : ଜୁରିଲାଲ ମହନ୍ତ
ଦେବଗଡ଼ : ଅରୁଣ କୁମାର ସାହୁ