ନୂଆପଡ଼ା ଉପ ନିର୍ବାଚନ : ପ୍ରାର୍ଥୀ ଘୋଷଣା କଲା ବିଜେପି, ଜୟ ଢୋଲକିଆଙ୍କୁ ଟିକେଟ୍

ଅଦ୍ୟତନ ହୋଇଛି
bjp

ନୂଆପଡ଼ା ଉପନିର୍ବାଚନ ନେଇ ବିଜେପିର ପ୍ରାର୍ଥୀ ଘୋଷଣା । ଜୟ ଢୋଲକିଆ ହେଲେ ବିଜେପି ପ୍ରାର୍ଥୀ । ଆସନ୍ତାକାଲି ନାମାଙ୍କନ ଭରିବେ ଜୟ ଢୋଲକିଆ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ଭରିବେ ଜୟ ।ଏହାସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ୧୬ ତାରିଖରେ ନୂଆପଡ଼ା ଗସ୍ତ କରିବେ । ଆଉ ନାମାଙ୍କନ ଦାଖଲ ସମୟରେ ଉପସ୍ଥିତ ରହିବେ । ସେହିଦିନ ପ୍ରାୟ ୨ ହଜାରରୁ ଅଧିକ କଂଗ୍ରେସ ଏବଂ ବିଜେଡି କର୍ମୀ ବିଜେପିରେ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ବିଜେପିର ରାଜ୍ୟସଭା ସାଂସଦ ସୁଜିତ କୁମାର ।

ଅନ୍ୟପଟେ ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ ଘାସିରାମ । ଆଜି ଶୁଭ ମୁହୂର୍ତ୍ତ ଥିବାରୁ ଏଜେଣ୍ଟ ଜରିଆରେ ପଠାଇବେ ଗୋଟିଏ ସେଟ୍ ।୧୮ ତାରିଖରେ ପତିଆରା ଦେଖାଇବ ଦଳ , ବିଧିବଦ୍ଧ ଭାବେ ହେବ ନାମାଙ୍କନ ଦାଖଲ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe