କନକ ବ୍ୟୁରୋ : ଭାରତୀୟ ଜନତା ପାର୍ଟି ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ପୁଡ଼ୁଚେରୀ, ମିଜୋରମ, ଆଣ୍ଡାମାନ ନିକୋବର ଓ ମଧ୍ୟପ୍ରଦେଶ ପାଇଁ ନୂଆ ସଭାପତିଙ୍କ ନାମ ଘୋଷଣା କରିଛି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ବିଜେପି ତରଫରୁ ୨୦ ଟି ରାଜ୍ୟପାଇଁ ବିଜେପି ସଭାପତିଙ୍କ ନାମ ଘୋଷଣା କରିଛି । କୁହାଯାଇଛି କି, ଆସନ୍ତା ୨ ଦିନ ମଧ୍ୟରେ ବାକି ଥିବା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ବିଜେପି ତା'ର ସଭାପତିଙ୍କ ନାମ ଘୋଷଣା କରିବ । ଏବେ ଆସନ୍ତୁ ଜାଣିବା ଏବେ ଘୋଷଣା ହୋଇଥିବା ୯ ଟି ରାଜ୍ୟର ସଭାପତିଙ୍କ ବାବଦରେ 

Advertisment
  • ମହାରାଷ୍ଟ୍ର- ରବିନ୍ଦ୍ର ଚୌହ୍ୱାନ
  • ତେଲେଙ୍ଗାନା-ଏନ୍ ରାମଚନ୍ଦ୍ରରାଓ
  • ଆନ୍ଧ୍ରପ୍ରଦେଶ- ପିବିଏମ୍ ମାଧବ ଗାରୁ 
  • ଉତ୍ତରାଖଣ୍ଡ- ମହେନ୍ଦ୍ର ଭଟ୍ଟ
  • ହିମାଚଳପ୍ରଦେଶ- ରାଜୀବ ବିନ୍ଦଲ
  • ପୁଡ଼ୁଚେରୀ- ବି.ପି ରାମଲିଙ୍ଗମ୍
  • ମିଜୋରମ- କେ.ବେଚୁଆ
  • ଆଣ୍ଡାମାନ ନିକୋବର- ଅନୀଲ ତିୱାରୀ

ମଧ୍ୟପ୍ରଦେଶ - ହେମନ୍ତ ଖଣ୍ଡେଲୱାଲ

  • କୁହାଯାଉଛି କି, ନୂଆ ସଭାପତିଙ୍କ ନେତୃତ୍ୱରେ ଏହିସବୁ ରାଜ୍ୟରେ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନ ପାଇଁ ଦଳକୁ ମଜବୁତ୍ କରାଯିବ । ଏହାସହ ସମସ୍ତ ରାଜ୍ୟର ସଭାପତି ଚୟନ ସରିବା ପରେ ଦଳର ଜାତୀୟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ । ଆଗାମୀ କିଛିଦିନ ମଧ୍ୟରେ ବିଜେପିରେ ନେତୃତ୍ୱକୁ ନେଇ ନୂଆ ଖବର ମିଳିପାରେ ।