ମୁଖ୍ୟମନ୍ତ୍ରୀ ଘର ପାଇଁ ମୁହାଁମୁହିଁ ବିଜେପି,ଆମ ଆଦମୀ ପାର୍ଟି : ଦୁର୍ନୀତି ହୋଇଥିବା ନେଇ ବିଜେପି ଆଣିଲା ସାଂଘତିକ ଅଭିଯୋଗ

Advertisment

ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ତେଜିବାରେ ଲାଗିଛି ରାଜନୈତିକ ବୟାନବାଜୀ। ମୁଖ୍ୟମନ୍ତ୍ରୀ ବାସଭବନକୁ ନେଇ ଉଭୟ ବିଜେପି ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି ।

ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ତେଜିବାରେ ଲାଗିଛି ରାଜନୈତିକ ବୟାନବାଜୀ। ମୁଖ୍ୟମନ୍ତ୍ରୀ ବାସଭବନକୁ ନେଇ ଉଭୟ ବିଜେପି ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି ।

ଲଗୂଗେପ

ଲଗୂଗେପ Photograph: (ଲଗୂଗେପ )

କନକବ୍ୟୁରୋ : ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ତେଜିବାରେ ଲାଗିଛି ରାଜନୈତିକ ବୟାନବାଜୀ। ମୁଖ୍ୟମନ୍ତ୍ରୀ ବାସଭବନକୁ ନେଇ ଉଭୟ ବିଜେପି ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ଦିଲ୍ଲୀ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ବାସଭବନର ନୂଆ ଭିଡ଼ିଓ ଜାରି କରାଯାଇଥିବା ବେଳେ ଏହାକୁ ଅପପ୍ରଚାର କହିଛି ଆମ୍ ଆଦମୀ ପାର୍ଟି । 

ମୁଖ୍ୟମନ୍ତ୍ରୀ ବାସଭବନକୁ ପ୍ରବେଶ ବେଳେ ଆପ୍ ନେତା ସଞ୍ଜୟ ସିଂ ଓ ସୌରଭ ଭରଦ୍ବାଜଙ୍କୁ ରୋକିଛି ପୁଲିସ। ମୁଖ୍ୟମନ୍ତ୍ରୀ ବାସଭବନକୁ ନେଇ ଅପପ୍ରଚାର କରୁଥିବା ବିଜେପି ପିଏମ ଆବାସର ଭିଡ଼ିଓକୁ ମଧ୍ୟ ସାର୍ବଜନୀନ କରୁ ବୋଲି ଆପ୍ କହିଛି ।  ଦିଲ୍ଲୀ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ବାସଭବନ ନିର୍ମାଣରେ ଦୁର୍ନୀତିକୁ ପ୍ରମୁଖ ପ୍ରସଙ୍ଗ କରିଛି ଭାରତୀୟ ଜନତା ପାର୍ଟି। ଜାଣନ୍ତୁ ଏନେଇ କଣ ରହିଛି ବିଜେପିର ଅଭିଯୋଗ । ସେପଟେ ୩ ମାସ ମଧ୍ୟରେ ଦ୍ବିତୀୟ ଥର ପାଇଁ ପିଡବ୍ଲ୍ୟୁଡି ବିଭାଗ ପକ୍ଷରୁ ସରକାରୀ ବାସଭବନରୁ ତଡ଼ିଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ। ରାଜନୈତିକ ଶତ୍ରୁତା ପାଇଁ ତାଙ୍କୁ ଟାର୍ଗେଟ କରାଯାଉଥିବା ସେ ଅଭିଯୋଗ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe