କନକବ୍ୟୁରୋ : ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ତେଜିବାରେ ଲାଗିଛି ରାଜନୈତିକ ବୟାନବାଜୀ। ମୁଖ୍ୟମନ୍ତ୍ରୀ ବାସଭବନକୁ ନେଇ ଉଭୟ ବିଜେପି ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ଦିଲ୍ଲୀ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ବାସଭବନର ନୂଆ ଭିଡ଼ିଓ ଜାରି କରାଯାଇଥିବା ବେଳେ ଏହାକୁ ଅପପ୍ରଚାର କହିଛି ଆମ୍ ଆଦମୀ ପାର୍ଟି ।
ମୁଖ୍ୟମନ୍ତ୍ରୀ ବାସଭବନକୁ ପ୍ରବେଶ ବେଳେ ଆପ୍ ନେତା ସଞ୍ଜୟ ସିଂ ଓ ସୌରଭ ଭରଦ୍ବାଜଙ୍କୁ ରୋକିଛି ପୁଲିସ। ମୁଖ୍ୟମନ୍ତ୍ରୀ ବାସଭବନକୁ ନେଇ ଅପପ୍ରଚାର କରୁଥିବା ବିଜେପି ପିଏମ ଆବାସର ଭିଡ଼ିଓକୁ ମଧ୍ୟ ସାର୍ବଜନୀନ କରୁ ବୋଲି ଆପ୍ କହିଛି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ବାସଭବନ ନିର୍ମାଣରେ ଦୁର୍ନୀତିକୁ ପ୍ରମୁଖ ପ୍ରସଙ୍ଗ କରିଛି ଭାରତୀୟ ଜନତା ପାର୍ଟି। ଜାଣନ୍ତୁ ଏନେଇ କଣ ରହିଛି ବିଜେପିର ଅଭିଯୋଗ । ସେପଟେ ୩ ମାସ ମଧ୍ୟରେ ଦ୍ବିତୀୟ ଥର ପାଇଁ ପିଡବ୍ଲ୍ୟୁଡି ବିଭାଗ ପକ୍ଷରୁ ସରକାରୀ ବାସଭବନରୁ ତଡ଼ିଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ। ରାଜନୈତିକ ଶତ୍ରୁତା ପାଇଁ ତାଙ୍କୁ ଟାର୍ଗେଟ କରାଯାଉଥିବା ସେ ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/01/08/E4t3itQfOfMTlLNcS5BB.jpg)