କନକବ୍ୟୁରୋ: ରେଭେନ୍ସା ନାମ ପରିବର୍ତ୍ତନ ନେଇ ରାଜନୀତି ତେଜୁଛି। କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କ ବୟାନ ପରେ କଟକ ସାଂସଦଙ୍କ ସମ୍ପାଦକିୟକୁ ନେଇ ସମାଲୋଚନା ରାଜନୀତି ଜୋର ଧରିଛି। ଭର୍ତୃହରି ମହତାବଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ। ବିଜେଡ଼ି ଛାଡି ବିଜେପିରୁ ନୂଆ ନୂଆ ସାଂସଦ ହୋଇଛନ୍ତି, ସେଥିପାଇଁ ସେ ଚାଟୁକାରିତା କରିବାକୁ ଉଚିତ ମନେ କରୁଛନ୍ତି। ଜଣେ ଅଭିଜ୍ଞ ସାଂସଦ,ରେଭେନ୍ସା ସମ୍ପର୍କରେ ଯେଉଁ ସମ୍ପାଦକୀୟ ଉଲ୍ଲେଖ କରିଛନ୍ତି ତାହା ଦୁର୍ଭାଗ୍ୟଜନକ।

Advertisment

ଏଭଳି ସଂପାଦକୀୟ ପଢିବା ପରେ ଚାଟୁକାରିତାର ବାସ୍ନା ଆସୁଛି। ରେଭେନ୍ସା ନାମକରଣ ପରିବର୍ତନ, କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ବୟାନକୁ ବଳିଷ୍ଠ କରିବା ପାଇଁ ପ୍ରୟାସ କରିଛନ୍ତି, ତାହା ଅତ୍ୟନ୍ତ ନୈରାଶଜନକ ଯୁକ୍ତି ବୋଲି କହିଛନ୍ତି ପ୍ରତାପ ଦେବ। ସେପଟେ ନାମ ବଡ଼ ନୁହେଁ କାମ ବଡ଼ ବୋଲି କହିଛନ୍ତି ରେଭେନ୍ସା

ହେରିଟେଜ ଫୋରମ୍ ସଦସ୍ୟ ସୌମ୍ୟ ରଞ୍ଜନ ପଟ୍ଟନାୟକ। ନାମ ପରିବର୍ତ୍ତନ କଥା ଉଠିବା ଦିନଠାରୁ ଏହା ବିତର୍କ ସୂତ୍ରପାତ କରିଛି। ବିତର୍କ ଗୋଟିଏ ପକ୍ଷକୁ ଆସିଲାଣି। ଦେଢ଼ଶହ ବର୍ଷ ପରେ ନାମକୁ ଏତେ ରାଗ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟରଂଜନ ପଟ୍ଟନାୟକ। ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି, ଏହା ଉପରେ ପୂର୍ଣ୍ଣଛେଦ ଟାଣନ୍ତୁ। ସ୍ପଷ୍ଟୀକରଣ ଆଣନ୍ତୁ, ଯେ ରେଭେନ୍ସାର ନାମ ପରିବର୍ତ୍ତନ ହେବନାହିଁ। ଏହାସହ ଭର୍ତୃହରି ମହତାବ ଆଲେଖ୍ୟକୁ ନେଇ ବର୍ଷିଛନ୍ତି। କହିଛନ୍ତି ଭର୍ତ୍ତୃହରି ମହତାବଙ୍କ ଅହଂକାର ବଢ଼ିଗଲାଣି। ନିଜେ ଦେଇଥିବା ମତ ଉପରେ ପୁନଃ ବିଚାର କରନ୍ତୁ।