କନକବ୍ୟୁରୋ: ବିଜେଡିର ସମୀକ୍ଷା ବୈଠକ ଭିତରେ ଗଠନ ହୋଇଛି ୩ଟି ନୂଆ କମିଟି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ୩ କମିଟିରେ ବିଭିନ୍ନ ନେତାଙ୍କୁ ଦାୟିତ୍ୱ ବଣ୍ଟାଯାଇଛି। ଉପଦେଷ୍ଟା କମିଟିରେ ୧୭ ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ଵ ଦିଆଯାଇଛି।
ସେହିଭଳି ମେମ୍ବରଶିପ୍ ଡ୍ରାଇଭ କମିଟିରେ ୨୨ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି ନବୀନ। ଯେଉଁମାନେ ଦଳର ସଦସ୍ୟ ସଂଗ୍ରହ ଅଭିଯାନକୁ ଜୋରଦାର କରିବେ। ଏହି କମିଟିରେ ଅନେକ ପୁରୁଖାଙ୍କ ସହ ନୂଆ ନେତାଙ୍କୁ ମଧ୍ୟ ସୁଯୋଗ ମିଳିଛି। ଏହାବାଦ୍ କାର୍ୟ୍ୟକ୍ରମ କମିଟିରେ ୨୧ ଜଣ ନେତାଙ୍କୁ ଦାୟିତ୍ୱ ମିଳିଛି।
ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଏମାନଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ୩ଟି କମିଟିରେ ପ୍ରଣବ ପ୍ରକାଶ ଦାସଙ୍କୁ ସ୍ଥାନ ମିଳିନାହିଁ। ଏହି ୩ଟି କମିଟି ସମନ୍ବୟ କମିଟିକୁ ସହଯୋଗ କରିବେ।
Follow Us