କନକ ବ୍ୟୁରୋ : ଅକ୍ଟୋବର ୨ ଆରମ୍ଭ ହେଉଛି ବିଜେଡିର ପଦଯାତ୍ରା । ଦୁଇଟି ପର୍ଯ୍ୟାୟରେ ହେବ ପଦଯାତ୍ରା । ପୂଜା ପରେ ଅକ୍ଟୋବର ୨୧ରୁ ୩୦ ଯାଏଁ ଚାଲିବ ପଦଯାତ୍ରା । ଶଙ୍ଖ ଭବନରେ ଏଥିପାଇଁ ମେଗା ପ୍ଲାନ ପ୍ରସ୍ତୁତ କରୁଛନ୍ତି ଦଳର ବରିଷ୍ଠ ନେତା । ହେଲେ ଏହି ବୈଠକରେ ପଦଯାତ୍ରା ନେଇ ଆଲୋଚନା ସମୟରେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ରାଜୁ ସାହୁ ପଦଯାତ୍ରାରେ ବିଶୃଙ୍ଖଳା ହୋଇପାରେ ବୋଲି ଅନୁମାନ କରୁଛନ୍ତି ।
ଶୁକ୍ରବାର ଦିନ ଦଳର ତମାମ ନେତାଙ୍କୁ ଡାକି ବୈଠକ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଗାମୀ ଦିନରେ କେମିତି ରହିବ ରଣନୀତି, ସେନେଇ ବିସ୍ତୁତ ବ୍ଲୁ-ପ୍ରିଂଟ ପ୍ରସ୍ତୁତ ହୋଇଛି । ଦଳରେ ଥିବା ଫାଟକୁ ଯୋଡିବାକୁ ପ୍ରୟାସ କରିଛନ୍ତି । ହେଲେ ଏବେ ବି ଅନେକ ନେତା ବିଜେଡିର ପରାଜୟକୁ ସ୍ୱୀକାର କରିପାରୁନାହାନ୍ତି । ବିଜେଡିର ପୁରୁଣା ନେତା ପରାଜୟର କାରଣ କହିଛନ୍ତି । ମଙ୍ଗଳା କିଷାନ କହିଛନ୍ତି, ଆଦିବାସୀ ବହୁଳ ଜିଲ୍ଲାରେ ଭୁଲ ବୁଝାମଣା ହେବାରୁ ଦଳର ପରାଜୟ ହୋଇଛି । ଅନେକ ଜିଲ୍ଲାରେ ସଙ୍ଗଠନ ଦୁର୍ବଳ ଥିଲା । ଯେଉଁମାନେ ସଙ୍ଗଠନ ଦାୟିତ୍ୱରେ ଥିଲେ ସେମାନେ ଭୁଲ ପ୍ରାର୍ଥୀ ସୃଷ୍ଟି କଲେ ।
ଘର ସଜାଡ଼ି ଲୋକଙ୍କ ପାଖକୁ ବିଜେଡି ଯିବା ପାଇଁ ବିଜେଡି ପ୍ରସ୍ତୁତ ହେଉଛି । ନୂଆ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ମୈଦାନକୁ ଓହ୍ଲାଇବାକୁ ଚେଷ୍ଟା କରିଛି ବିଜେଡି । ହେଲେ ନେତାଙ୍କ ଭିତରେ ବୟାନବାଜି ଦଳ ପାଇଁ ଅଡୁଆ ସୃଷ୍ଟି କରିଛି ।