ସୋଫିଆଙ୍କ ସାଙ୍ଘାତିକ ବୟାନ : ସ୍କାମ ଲୁଚାଇବାକୁ ବିଜେପିକୁ ସମର୍ଥନ ଦେଲା ବିଜେଡି

Advertisment

ବିଜେଡି ବିରୋଧୀ ଦଳର କର୍ତ୍ତବ୍ୟ ପାଳନ କରୁନି । ଜଣେ ସାଂସଦ କହିଛନ୍ତି, ବାରବାଟୀ କଟକର ଲୋକଙ୍କ ସ୍ୱାର୍ଥ ପାଇଁ ବିଲ୍‌ ପାଇଁ ଭୋଟ ଦେଲେନି

Updated On

ବିଜେଡି ବିରୋଧୀ ଦଳର କର୍ତ୍ତବ୍ୟ ପାଳନ କରୁନି । ଜଣେ ସାଂସଦ କହିଛନ୍ତି, ବାରବାଟୀ କଟକର ଲୋକଙ୍କ ସ୍ୱାର୍ଥ ପାଇଁ ବିଲ୍‌ ପାଇଁ ଭୋଟ ଦେଲେନି

ଅଦ୍ୟତନ ହୋଇଛି
sofia on bjd

sofia on bjd Photograph: (kanak News)

କନକ ବ୍ୟୁରୋ: ୱାକଫ୍ ବିଲ୍‌କୁ ବିଜେଡିର ସମର୍ଥନ ପରେ ବର୍ଷିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ । କହିଛନ୍ତି, ୨୪  ବର୍ଷର ସ୍କାମ ଧୋଇବା ପାଇଁ ବିଜେଡି ବିଜେପିକୁ ସମର୍ଥନ କରିଛି । ବିଜେଡି ବିରୋଧୀ ଦଳର କର୍ତ୍ତବ୍ୟ ପାଳନ କରୁନି । ଜଣେ ସାଂସଦ କହିଛନ୍ତି, ବାରବାଟୀ କଟକର ଲୋକଙ୍କ ସ୍ୱାର୍ଥ ପାଇଁ ବିଲ୍‌ ପାଇଁ ଭୋଟ ଦେଲେନି । ଯଦି ବାରବାଟୀ କଟକ ପାଇଁ ସେଭଳି ଦରଦ ଥାଆନ୍ତା, ତାହେଲେ ଗୃହ ଭିତରେ ବିଲ୍‌ ବିରୋଧରେ ଲଢେଇ କରିଥାଆନ୍ତେ । ବିଲ୍‌ ବିରୋଧରେ ଭୋଟ ଦେଇଥାଆନ୍ତେ । ବିଜେଡିର ଯେଉଁ ନେତାମାନେ ମୁହଁ ଖୋଲୁଛନ୍ତି ସେମାନେ ପୂର୍ବରୁ ପାଣ୍ଡିଆନଙ୍କ ପାଇଁ ଟେଣ୍ଟ ବାନ୍ଧୁଥିଲେ । ବିଜେଡି ଆଉ ନାହିଁ ବୋଲି କହିଛନ୍ତି ସୋଫିଆ । ଖାଲି ଏତିକି ନୁହେଁ ବରଂ ଟପ୍‌ଠୁ ବଟମ୍‌ ଭାଙ୍ଗି ଗଲାଣି । ୨୪ ବର୍ଷ କାରନାମା ପାଇଁ ନେତା ଭୟଭୀତ ହେଲେଣି । ହେଲେ କଂଗ୍ରେସ ଲଢେଇ କରୁଛି, ଆଗକୁ ବି ଜାରି ରହିବ ବୋଲି କହିଲେଣି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe