କଳାହାଣ୍ଡିରେ ଭାଙ୍ଗୁଛି ବିଜେଡି ଗଡ । ସଂଗଠନକୁ ମଜବୁତ କରିବା ପାଇଁ ଚେଷ୍ଟା ଚଳାଇଛି ବିଜେଡି

Advertisment

କଳାହାଣ୍ଡି ଜିଲ୍ଲାରେ ଭାଙ୍ଗୁଛି ବିଜେଡି ଗଡ଼ । ଗୋଟିଏ ପଟେ ବିଜେଡି ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଅନ୍ୟପଟେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଗୋଳାମୁଣ୍ଡା ବ୍ଲକରୁ ୧୫ଜଣ ସମିତି ସଭ୍ୟ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନେତୃତ୍ୱରେ ବିଜେପିରେ ମିଶିଛନ୍ତି ।

BJD Kalahandi

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାରେ ଭାଙ୍ଗୁଛି ବିଜେଡି ଗଡ଼ । ଗୋଟିଏ ପଟେ ବିଜେଡି ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଅନ୍ୟପଟେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଗୋଳାମୁଣ୍ଡା ବ୍ଲକରୁ ୧୫ଜଣ ସମିତି ସଭ୍ୟ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନେତୃତ୍ୱରେ ବିଜେପିରେ ମିଶିଛନ୍ତି ।  ଫଳରେ ପୂର୍ବରୁ ରାଜ୍ୟ ସଭା ସାଂସଦ ସୁଜିତ କୁମାର, କିଛି ଯୁବ ନେତା ପର୍ଯ୍ୟାୟକ୍ରମେ ଦଳ ଛାଡିଥିବାବେଳେ ପୁଣି ୧୫ ଜଣ ଦଳ ଛାଡିବାରୁ ଜିଲ୍ଲାରେ ବିଜେଡି ଗଡ଼ ଖସୁଛି ବୋଲି ଆଲୋଚନା ହେଉଛି । 

ଖୋଦ ଜୁନାଗଡ଼ ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ନିର୍ବାଚନ ମଣ୍ଡଳୀରେ ଏହା ଦେଖାଦେଇଛି । ଏଥିପାଇଁ ବିଜେଡି ବି ସଂଗଠନକୁ ମଜବୁତ କରିବା ପାଇଁ ଭବାନୀପାଟଣା  ଟାଉନ ହଲରେ ଏକ ବଡ଼ ସମାବେଶ ଆୟୋଜନ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe