କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାରେ ଭାଙ୍ଗୁଛି ବିଜେଡି ଗଡ଼ । ଗୋଟିଏ ପଟେ ବିଜେଡି ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଅନ୍ୟପଟେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଗୋଳାମୁଣ୍ଡା ବ୍ଲକରୁ ୧୫ଜଣ ସମିତି ସଭ୍ୟ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନେତୃତ୍ୱରେ ବିଜେପିରେ ମିଶିଛନ୍ତି । ଫଳରେ ପୂର୍ବରୁ ରାଜ୍ୟ ସଭା ସାଂସଦ ସୁଜିତ କୁମାର, କିଛି ଯୁବ ନେତା ପର୍ଯ୍ୟାୟକ୍ରମେ ଦଳ ଛାଡିଥିବାବେଳେ ପୁଣି ୧୫ ଜଣ ଦଳ ଛାଡିବାରୁ ଜିଲ୍ଲାରେ ବିଜେଡି ଗଡ଼ ଖସୁଛି ବୋଲି ଆଲୋଚନା ହେଉଛି ।
ଖୋଦ ଜୁନାଗଡ଼ ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ନିର୍ବାଚନ ମଣ୍ଡଳୀରେ ଏହା ଦେଖାଦେଇଛି । ଏଥିପାଇଁ ବିଜେଡି ବି ସଂଗଠନକୁ ମଜବୁତ କରିବା ପାଇଁ ଭବାନୀପାଟଣା ଟାଉନ ହଲରେ ଏକ ବଡ଼ ସମାବେଶ ଆୟୋଜନ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/UxWHFmAkTXZdZvrw1GTn.jpg)