କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ନୂଆପଡ଼ା କାର୍ଯ୍ୟକ୍ରମକୁ ନେଇ ବିଜେଡିର ପ୍ରତିକ୍ରିୟା । ସରକାରଙ୍କୁ ବିଜେଡି ବିଧାୟକ ଅରୁଣ ସାହୁଙ୍କ ଟାର୍ଗେଟ୍ । କହିଲେ , ବାହାଘର ବେଳେ ବାଇଗଣ ରୁଆ ନୀତି ଆପଣାଇଛନ୍ତି ସରକାର । ୧୫ ମାସ ହେଲା କିଛି କାମ କଲେ ନାହିଁ ରାଜ୍ୟ ସରକାର । ଯାହା ପଇସା ଦିଆଯାଇଥିଲା ତାହାକୁ ଫେରାଇ ନେଲେ । ଆମ ଓଡ଼ିଶା ଓ ନବୀନ ଓଡିଶାରେ ଯେଉଁ ଟଙ୍କା ଦିଆଯାଇଥିଲା ତାହା ବିଜେପି ସରକାର ଫେରାଇ ନେଲେ । ସାଉଁଟିବା କାଣ୍ଡ ଯୁଦ୍ଧକୁ ପାଏନି ଏ କଥା ବିଜେପି ବୁଝିବା ଦରକାର । ଏବେ ନୂଆପଡ଼ା ଉପ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ଜାଣି ମୁଖ୍ୟମନ୍ତ୍ରୀ ଏପରି ପ୍ୟାକେଜ ଘୋଷଣା କରିଛନ୍ତି । ଲୋକେ ଏହା ବୁଝି ଗଲେଣି । ନୂଆପଡାରେ ବିଜେପି ଚତୁର୍ଥ ସ୍ଥାନକୁ ଚାଲିଯିବ , କାମ ନକରି ଟଙ୍କା ଦେଲେ କ’ଣ ହେବ । ସେ ପଇସା ମିଳିବ କି ନାହିଁ ଜଣା ନାହିଁ । ବିଜେଡି ନିର୍ବାଚନରେ ଯାହା ପ୍ରତିଶ୍ରୁତି ଦିଏ, ତାହା ପରବର୍ତ୍ତୀ ସମୟରେ ପୂରଣ କରେ ।
ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତକୁ ନେଇ ବିଜେଡିର ପ୍ରତିକ୍ରିୟା ; କହିଲେ , ବାହାଘର ବେଳେ ସରକାରଙ୍କ ବାଇଗଣ ରୁଆ ନୀତି
ସରକାରଙ୍କୁ ବିଜେଡି ବିଧାୟକ ଅରୁଣ ସାହୁଙ୍କ ଟାର୍ଗେଟ୍ । କହିଲେ , ବାହାଘର ବେଳେ ବାଇଗଣ ରୁଆ ନୀତି ଆପଣାଇଛନ୍ତି ସରକାର । ୧୫ ମାସ ହେଲା କିଛି କାମ କଲେ ନାହିଁ ରାଜ୍ୟ ସରକାର ।
/kanak/media/media_files/2025/10/06/43-2025-10-06-13-17-59.jpg)