କନକ ବ୍ୟୁରୋ : ସବୁ ସାଂସଦଙ୍କୁ ଭରସି ପାରିଲାନି କି ବିଜେଡି? ଇସିଆଇଙ୍କୁ ଭେଟିବାକୁ ଓଡ଼ିଶାରୁ ନେତା ଯିବା ଓ ଦଳୀୟ ସାଂସଦ ସାମ୍ବାଦିକ ସମ୍ମିଳନୀରୁ ଦୂରେଇ ରହିବା ବିଜେଡିର ଆଭ୍ୟନ୍ତରୀଣ ରାଜନୀତିକୁ ନେଇ ଅନେକ ପ୍ରଶ୍ନବାଚୀ ଛିଡ଼ା କରିଛି । ତେବେ ଦଳ ଭିତରେ ସବୁ ଠିକ୍ ଅଛି ବୋଲି ବାର୍ତ୍ତା ଦେବାକୁ ସାଂସଦଙ୍କୁ ନେଇ ଆଜି କେନ୍ଦ୍ର ଜଳ କମିସନଙ୍କୁ ଭେଟିଛନ୍ତି ବିଜେଡିର ପ୍ରତିନିଧି ଦଳ ।
ନିର୍ବାଚନରେ ଅସଙ୍ଗତିକୁ ନେଇ ମଙ୍ଗଳବାର ଦିଲ୍ଲୀରେ ଇସିଆଇଙ୍କୁ ଭେଟିଥିଲା ବିଜେଡି ପ୍ରତିନିଧିମଣ୍ଡଳୀ । ଏହି ଭେଟଘାଟ ପରେ ବିଜେଡି କ୍ୟାମ୍ପରେ ସବୁ କିଛି ଠିକ୍ ନଥିବାର ସଂକେତ ମିଳିଛି । ସୁଲତାଙ୍କୁ ଛାଡ଼ିଦେଲେ ପ୍ରତିନିଧିମଣ୍ଡଳୀରେ ନଥିଲେ ବିଜେଡିର ଅନ୍ୟ କୌଣସି ସାଂସଦ । ଦିଲ୍ଲୀରେ ଦଳୀୟ ସାମ୍ବାଦିକ ସମ୍ମିଳନୀରେ ବି କେହି ସାମିଲ ହୋଇନଥିଲେ । ପ୍ରଶ୍ନ ଉଠୁଛି, ଦିଲ୍ଲୀରେ ଥାଇ ସୁଦ୍ଧା କାହିଁକି ସାଂସଦଙ୍କୁ ଖୋଜିଲାନି ଦଳ ? ନିର୍ବାଚନ ଅସଙ୍ଗତି ଅଭିଯୋଗକୁ ନେଇ ଦଳୀୟ ସାଂସଦଙ୍କ ମଧ୍ୟରେ ହୋଇପାରୁନି କି ସହମତି? ନା ଦଳର କିଛି ସାଂସଦଙ୍କୁ ଭରସା କରିପାରୁନି ବିଜେଡି? ଦଳ ଠାରୁ ଦୂରଛଡ଼ା ଦେବା ଆରମ୍ଭ କଲେଣି କି ସାଂସଦ? ଦିଲ୍ଲୀରେ ବିଜେଡିରେ ଫାଟ ଚର୍ଚ୍ଚା ଭିତରେ ସଫେଇ ରଖିଛନ୍ତି ଦଳୀୟ ନେତା । ଇସିଆଇଙ୍କୁ ଭେଟିବା ସମୟରେ ସସ୍ମିତ ପାତ୍ରଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବିଲ୍ ଉପରେ ସଂସଦରେ ଆଲୋଚନା ଚାଲିଥିଲା । ତେଣୁ ଅନ୍ୟ ସାଂସଦ ଆସିପାରିଲେନି ବୋଲି ଦଳ କହିଛି । ହେଲେ ପ୍ରଶ୍ନ ଉଠୁଛି, ଇସିଆଇଙ୍କୁ ଭେଟିବା ନେଇ ସାଂସଦଙ୍କୁ ପୂର୍ବରୁ ଅବଗତ କରାଯାଇନଥିଲା କି ? ଯଦି ଗୁରୁତ୍ବପୂର୍ଣ୍ଣ ବିଲ୍ ଉପରେ ଆଲୋଚନା ହେଉଥିଲା ତେବେ ସୁଲତା ବାହାରେ ଥିଲେ କେମିତି ? ଆଗକୁ ଉପ-ରାଷ୍ଟ୍ରପତି ନିର୍ବାଚନ। ସମର୍ଥନ ନେଇ ବିଜେଡି ଏଯାଏଁ ଆଭିମୁଖ୍ୟ ସ୍ପଷ୍ଟ କରିନି । ଏଭଳିସ୍ଥଳେ ଦିଲ୍ଲୀରେ ଦଳୀୟ ସାଂସଦଙ୍କ ମଧ୍ୟରେ ଫାଟ ବିଜେଡିକୁ ଅକଳରେ ପକାଇବନି ତ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/08/20/bjd-2025-08-20-20-27-39.jpg)