କନକ ବ୍ୟୁରୋ: ବିଜେପିର ବର୍ଷ ପୂର୍ତ୍ତି ଅବସରରେ ସରକାର ବିକାଶର କଥା କହୁଛନ୍ତି । ଆଉ ଏହାକୁ କାଉଣ୍ଟର କରିଛି ବିଜେଡି । ବିଭିନ୍ନ ସମସ୍ୟାକୁ ନେଇ ରାଜଧାନୀ ରାଜରାସ୍ତାରେ ବିଜେଡି ପ୍ରତିବାଦ କରିଛି ।
ଦରଦାମ ବୃଦ୍ଧି, ନାରୀ ନିର୍ଯାତନା ଭଳି ସମସ୍ୟାକୁ ନେଇ ଆନ୍ଦୋଳନ ଓହ୍ଲାଇଛି ବିଜେଡି । ଆନ୍ଦୋଳନ ସମୟରେ ସୁରକ୍ଷାକର୍ମୀ ଓ ବିଜେଡି ନେତା ଠେଲାପେଲା ହୋଇଛନ୍ତି । ଧାରଣାସ୍ଥଳରୁ ବିଜେଡି ନେତାଙ୍କୁ ଉଠାଇନେଇଛି ପୁଲିସ ।