ଯାଜପୁର ରାଜନୀତିକୁ ଗୋଳିଆ କରୁଛି କିଏ ? ପଦ ଛାଡିବେନି କହିଲେ ପ୍ରଣବଙ୍କ ଅନୁଗତ

Advertisment

ଯାଜପୁର ରାଜନୀତିରେ ରୋଚକ ସ୍ଥିତି । ଯାଜପୁରରେ ଉପନିର୍ବାଚନ ହେବ ବୋଲି ଗତକାଲି ପ୍ରଣବ ପ୍ରକାଶ ଦାସ କହିବାର ୨୪ ଘଣ୍ଟା ଭିତରେ ମିଡିଆ ସାମ୍ନାକୁ ଆସି ମୁହଁ ଖୋଲିଛନ୍ତି ବର୍ତ୍ତମାନର ବିଧାୟିକା ସୁଜାତା ସାହୁ । ସେ ଇସ୍ତଫା ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ଯାଜପୁର ରାଜନୀତିରେ ରୋଚକ ସ୍ଥିତି । ଯାଜପୁରରେ ଉପନିର୍ବାଚନ ହେବ ବୋଲି ଗତକାଲି ପ୍ରଣବ ପ୍ରକାଶ ଦାସ କହିବାର ୨୪ ଘଣ୍ଟା ଭିତରେ ମିଡିଆ ସାମ୍ନାକୁ ଆସି ମୁହଁ ଖୋଲିଛନ୍ତି ବର୍ତ୍ତମାନର ବିଧାୟିକା ସୁଜାତା ସାହୁ । ସେ ଇସ୍ତଫା ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

Jajpur Politics

କନକ ବ୍ୟୁରୋ : ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଗତକାଲିର ବୟାନ ରାଜ୍ୟ ରାଜନୀତିକୁ ହଲଚଲ କରିଛି । ସମ୍ୱଲପୁର ଲୋକସଭା ଆସନରେ ହାରିବା ପରେ ଯାଜପୁର ରାଜନୀତିକୁ ସେ ଫେରିବେ କି ବୋଲି ଚର୍ଚ୍ଚା ହେଲାଣି । ସମସ୍ତେ ଆକଳନ କରୁଛନ୍ତି, ଯାଜପୁରରୁ ବର୍ତ୍ତମାନର ବିଧାୟିକା ସୁଜାତା ସାହୁ ଇସ୍ତଫା ଦେବେ ଓ ପ୍ରଣବ ନିର୍ବାଚନ ଲଢିବେ ।

କିନ୍ତୁ ଆଜି ମିଡିଆ ସାମ୍ନାକୁ ଆସି ସୁଜାତା ପ୍ରଧାନ ଏଭଳି ସମ୍ଭାବନାକୁ ଖଣ୍ଡନ କରିଛନ୍ତି । ସୁଜାତା କହିଛନ୍ତି, ସେ ଇସ୍ତଫା ଦେବାର ନାହିଁ କି ଉପନିର୍ବାଚନ ହେବାର ନାହିଁ । ପ୍ରଣବ ପ୍ରକାଶ ଦାସ ଓ ସୁଜାତା ସାହୁଙ୍କ ଭିନ୍ନ ଭିନ୍ନ ବୟାନ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ପ୍ରଣବ କାହିଁକି ନିର୍ବାଚନ ପାଇଁ ଇଚ୍ଛା ପ୍ରକାଶ କଲେ ଓ ସୁଜାତା କାହା ଚାପରେ ପଡି ୨୪ ଘଂଟା ଭିତରେ ସାମ୍ନାକୁ ଆସିଲେ ତାକୁ ନେଇ ଜୋରଦାର ଆଲୋଚନା ଆରମ୍ଭ ହୋଇଛି ।

ପ୍ରଣବ ପ୍ରକାଶ ଦାସ  ୨୦୦୯, ୨୦୧୪ ଓ୨୦୧୯ରେ ଯାଜପୁରରୁ ବିଧାୟକ ନିର୍ବାଚିତ ହୋଇଛନ୍ତି । ଆଉ ଏବେ ସମ୍ବଲପୁର ଲୋକସଭା ଆସନରୁ ହାରିବା ପରେ ଯାଜପୁର ବିଧାନସଭାରୁ ଲଢିବା ପାଇଁ ମନରେ ଇଚ୍ଛା ଥାଇପାରେ । ଆଉ ଗତକାଲିର ବୟାନ ଏହାର ପ୍ରତିଫଳନ ହୋଇଥାଇପାରେ । ସେପଟେ ଯାଜପୁରକୁ ନେଇ ସ୍ଥାନୀୟ ରାଜନୀତି ଚଳଚଂଚଳ ହୋଇଥିବାବେଳେ ପ୍ରଣବଙ୍କ ପାଇଁ ଭୁବନେଶ୍ୱରରେ ତେଜିଛି ବିଜେଡି-ବିଜେପି କଳି । ଗତକାଲି ପ୍ରଣବଙ୍କ ବୟାନ ଓ ଆଜି ସୁଜାତା ସାହୁଙ୍କ ସ୍ପଷ୍ଟୀକରଣ ପରେ ଗୋଟିଏ କଥାକୁ ସ୍ପଷ୍ଟ କରିଛି ଯେ, ଯାଜପୁର ରାଜନୀତି ଏବେ ଥମିବାର ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe