ଶଙ୍ଖଭବନରେ ହାଇଡ୍ରାମା: ବିଜେଡି ପ୍ରତିଷ୍ଠା ଦିବସରେ ହାତାହାତିହେଲେ ବିଜେଡି ନେତ୍ରୀ

ଶଙ୍ଖ ଭବନରେ ବିଜେଡି ନେତ୍ରୀ ହାତାହାତି । ବିଜେଡି ପ୍ରତିଷ୍ଠା ଦିବସରେ ଦେଖିବାକୁ ମିଳିଲା ଅଭାବନୀୟ ଘଟଣା । ବିଜେଡି ମୁଖପାତ୍ର ଇପ୍ସିତା ସାହୁଙ୍କୁ ଚାପୁଡା । ପୂର୍ବରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି ।

sqsqs

କନକ ବ୍ୟୁରୋ: ଶଙ୍ଖ ଭବନରେ ବିଜେଡି ନେତ୍ରୀ ହାତାହାତି । ବିଜେଡି ପ୍ରତିଷ୍ଠା ଦିବସରେ ଦେଖିବାକୁ ମିଳିଲା ଅଭାବନୀୟ ଘଟଣା । ବିଜେଡି ମୁଖପାତ୍ର ଇପ୍ସିତା ସାହୁଙ୍କୁ ଚାପୁଡା । ପୂର୍ବରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି । ବରିଷ୍ଠ ବିଜେଡି ନେତାଙ୍କ ଉପସ୍ଥିତିରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା । ସମସ୍ତେ ମହିଳାମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ବିଜେଡିର ମହିଳା ଗୋଷ୍ଠୀ କାହିଁକି ଇପ୍ସିତା ସାହୁଙ୍କୁ ଆକ୍ରମଣ କଲେ ତାହା ଜଣାପଡିନାହିଁ । 

ରାଜ୍ୟରେ ବିଜେଡି ସରକାର ହରାଇବା ପରେ ଏମିତି ଘଟଣା ପ୍ରଥମଥର ପାଇଁ ଦେଖିବାକୁ ମିଳିଛି । କେବଳ ଏହି ଘଟଣା ନୁହେଁ ଅନେକ ସ୍ଥାନରେ ବିଜେଡିରେ ଫାଟ ଦେଖିବାକୁ ମିଳିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe