କନକ ବ୍ୟୁରୋ: ଶଙ୍ଖ ଭବନରେ ବିଜେଡି ନେତ୍ରୀ ହାତାହାତି । ବିଜେଡି ପ୍ରତିଷ୍ଠା ଦିବସରେ ଦେଖିବାକୁ ମିଳିଲା ଅଭାବନୀୟ ଘଟଣା । ବିଜେଡି ମୁଖପାତ୍ର ଇପ୍ସିତା ସାହୁଙ୍କୁ ଚାପୁଡା । ପୂର୍ବରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି । ବରିଷ୍ଠ ବିଜେଡି ନେତାଙ୍କ ଉପସ୍ଥିତିରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା । ସମସ୍ତେ ମହିଳାମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ବିଜେଡିର ମହିଳା ଗୋଷ୍ଠୀ କାହିଁକି ଇପ୍ସିତା ସାହୁଙ୍କୁ ଆକ୍ରମଣ କଲେ ତାହା ଜଣାପଡିନାହିଁ ।
ରାଜ୍ୟରେ ବିଜେଡି ସରକାର ହରାଇବା ପରେ ଏମିତି ଘଟଣା ପ୍ରଥମଥର ପାଇଁ ଦେଖିବାକୁ ମିଳିଛି । କେବଳ ଏହି ଘଟଣା ନୁହେଁ ଅନେକ ସ୍ଥାନରେ ବିଜେଡିରେ ଫାଟ ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2024/12/26/szOuhpdpSBYJCXO5id27.jpg)