କନକ ବ୍ୟୁରୋ: ବିଜେଡି ବିଜେପି ସମ୍ପର୍କକୁ ନେଇ ବଡ଼ ଖୁଲାସା କରିଛନ୍ତି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି । ନିର୍ବାଚନ ପରାଜୟ ପରେ ରାଜ୍ୟରେ ବିଜେଡି-ବିଜେପି ଆରୋପ ପ୍ରତ୍ୟୋରୋପ ବଢ଼ୁଥିବା ବେଳେ ଦିଲ୍ଲୀର ଚିତ୍ର ପଦାରେ ପଡ଼ିଛି । ରାଜ୍ୟସଭା ଅଧ୍ୟକ୍ଷ ଜଗଦିପ ଧନଖଡଙ୍କ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବ ନାହିଁ ବିଜେଡି । ଏନେଇ ଆସିଛି ରାଜ୍ୟସଭା ସାଂସଦ ନିରନ ବିଶିଙ୍କ ବଡ଼ ବୟାନ ।
ନିରଞ୍ଜନ କହିଛନ୍ତି, ଆମେ ରାଜ୍ୟସଭା ଅଧ୍ୟକ୍ଷଙ୍କ ସପକ୍ଷରେ ରହିଛୁ । ବିଜେଡି ଏହି ଅନାସ୍ଥା ପ୍ରସ୍ତାବରେ ଦସ୍ତଖତ କରିନାହିଁ । ଏହାର ଅର୍ଥ ଆମେ ସପକ୍ଷରେ ରହିଛୁ । ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବୁ । ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ଅନାସ୍ଥା ସପକ୍ଷରେ ନାହାନ୍ତି । ଆଗରୁ ଆମେ କହିଛୁ ଆମେ ପୂର୍ବରୁ ନିରପେକ୍ଷ ଥିଲୁ ଓ ଏବେ ବି ନିରପେକ୍ଷ ରହିଛୁ । ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ଓ ବିଜେପିର ବିଜୟ ପରେ ଉଭୟ ଦଳ ମଧ୍ୟରେ ଭିତିରିଆ ସମ୍ପର୍କ ଏକପ୍ରକାର ବନ୍ଦ ନେଇ ଚର୍ଚ୍ଚା ହୋଇଥିଲା । ଏହା ପରେ ମଧ୍ୟ ଉଭୟ ଦଳର ନେତା ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ କରିବ ସମଦୂରତା ଥିବା ସଂକେତ ଦେଇସାରିଥିଲେ । ଏବେ ନିର୍ବାଚନ ଫଳାଫଳର ୬ ମାସ ପରେ ଏବେ ପୁଣିଥରେ ବିଜେପି ଓ ବିଜେଡି ସମ୍ପର୍କକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।
Follow Us