କନକ ବ୍ୟୁରୋ: ପୁଣି ସରକାର ଗଢ଼ିବ ବିଜେଡି। ଖୁବଶୀଘ୍ର ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ। ଏଭଳି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଲତିକା ପ୍ରଧାନ। ଗତକାଲି ଆୟୋଜିତ ଦଳୀୟ ଜନସମ୍ପର୍କ ଯାତ୍ରାରେ ଯୋଗ ଦେଇ ଏଭଳି ମନ୍ତବ୍ୟ ଦେଇଥିଲେ ଲତିକା ପ୍ରଧାନ। ଅନ୍ୟପଟେ ଲତିକା ପ୍ରଧାନଙ୍କ ଏଭଳି ମନ୍ତବ୍ୟ ଉପରେ ଜବାବ ରଖିଛନ୍ତି ବରିଷ୍ଠ ବିଜେଡି ନେତା ବଦ୍ରି ପାତ୍ର। ବିଜେଡି ପୁଣିଥରେ ସରକାରକୁ ଫେରିବା ଅବାସ୍ତବ କଥା। ଯେଉଁ ବିଜେଡି ନେତା ଏକଥା କହୁଛନ୍ତି ତାର ଯଥାର୍ଥତା ନାହିଁ ବୋଲି କହିଛନ୍ତି ବଦ୍ରି ପାତ୍ର। କଂଗ୍ରେସ ସହିତ କେବେ ବିଜେଡି ନଥିଲା। ଯେଉଁମାନେ କହୁଛନ୍ତି ସେମାନଙ୍କର ମତିଭ୍ରମ ହୋଇଛି। ପୂର୍ବରୁ ଦେବାଶିଷ ସାମନ୍ତରାୟ, ମୁନା ଖାଁ, ଅତନୁ ସବ୍ୟସାଚ୍ଚୀ ନାୟକ, ଅମର ପଟ୍ଟନାୟକ ପୁଣି ସରକାରକୁ ଫେରିବା ନେଇ ବିଭିନ୍ନ ସଭାରେ ବୟାନ ରଖିଥିଲେ। ସେପଟେ ବିଜେପି କହିଛି, ବଦ୍ରି ପାତ୍ର ଜଣେ ସିନିୟର ଲିଡର। ସେ ଓଡିଶା ରାଜନୀତି ପାଣିପାଗରେ ବହୁତ ଦିନ ଧରି ଅଛନ୍ତି। ଶାସନରେ ଥିଲେ, ଯାହା ଚାହୁଁଥିଲେ ତାହା କରୁଥିଲେ। ଏବେ ହାରିଛନ୍ତି ହେଲେ ସେ ଅଭ୍ୟାସ ଯାଇନି।
ପୁଣି ସରକାର ଗଢ଼ିବ ବିଜେଡି । ଷଷ୍ଠ ଥର ପାଇଁ ନବୀନ ହେବେ ମୁଖ୍ୟମନ୍ତ୍ରୀ......ଏମିତି କହି ଦମ୍ଭୋକ୍ତି ଦେଖାଇଲେ ଲତିକା ପ୍ରଧାନ, ନିଜ ଦଳର ନେତା କହିଲେ ମତିଭ୍ରମ ହେଲାଣି
Advertisment
Follow Us