କନକ ବ୍ୟୁରୋ: ‘ଖୁବ୍ ଶୀଘ୍ର ଭାଙ୍ଗିଯିବ ବିଜେଡି । ବିଜେପି ସହ ଯୋଗାଯୋଗରେ ଅଛନ୍ତି ବିଜେଡିର ବହୁ ନେତା । ସେମାନେ ଖୁବ୍ ଶୀଘ୍ର ପଦ୍ମ ଶିବିରରେ ଯୋଗ ଦେବେ’ । ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଆଜି ଗଣମାଧ୍ୟମକୁ ଏହି ବଡ଼ ବୟାନ ଦେଇଛନ୍ତି । ଆଗକୁ ଓଡ଼ିଶାରେ କେବଳ ୨ଟି ଦଳ ରହିବ ବୋଲି କହିଛନ୍ତି ସମ୍ବଲପୁରର ବିଧାୟକ । ଗୋଷ୍ଠୀକନ୍ଦଳ ହୋଇ ବିଜେଡି ଦଳ ଭାଙ୍ଗିଯିବା ପରେ ନେତାମାନେ ବିଜେପିରେ ଯୋଗ ଦେବେ ବୋଲି ଜୟନାରାୟଣ କହିଛନ୍ତି । ପୂର୍ବରୁ ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ସମାନ କଥା କହିଥିଲେ । ବିଜେଡି ଖାଲି ହୋଇଯିବ ବୋଲି ମନମୋହନ କହିଥିଲେ ।