atanu sabyasachi
କନକ ବ୍ୟୁରୋ: ସାର ପାଇଁ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ରାଜ୍ୟରେ ସାରର କଳାବଜାରୀ ସହିତ ସରକାରୀ ଦାମଠୁ ଅଧିକ ଦାମରେ ବିକ୍ରି ହେବାକୁ ନେଇ ବିଜେପିକୁ ଦାୟୀ କରିବା ସହିତ ଏନେଇ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ ।
ସେ କହିଛନ୍ତି, ସାରର କଳାବଜାରୀ ହେଉଛି, ସରକାରୀ ଦରଠୁ ଅଧିକ ଦରରେ ବିକ୍ରି ହେଉଛି। ଏଥିପାଇଁ ସରକାରୀ କଳ ଦାୟୀ। ଏହାକୁ ସଜାଡିବା ପରିବର୍ତ୍ତେ ବିରୋଧୀଙ୍କୁ ଦାୟୀ କରୁଛନ୍ତି ସମବାୟ ମନ୍ତ୍ରୀ। ତେବେ କଟା ଘା’ରେ ଚୁନ ମାରିବା ଭଳି କଥା କହୁଛନ୍ତି କୃଷି ମନ୍ତ୍ରୀ। ସମବାୟ ବିଭାଗ ଓ କୃଷି ବିଭାଗ ଭିତରେ ଭିତରେ ଲଢେଇ ଚାଲିଛି ବୋଲି କହିଛନ୍ତି ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ ।
ଏହାସହ ସାର ପାଇଁ ବିଗତ ଦିନରେ ଚାଷୀ କେବେ ରାଜରାସ୍ତାକୁ ଆସି ନଥିଲେ । ବିରୋଧିଦଳ ନେତା ନବୀନ ପଟ୍ଟନାୟକ ଚିଠି ଲେଖି ବାସ୍ତବ ଚିତ୍ର ସାମ୍ନାକୁ ଆଣିବା ପରେ ସରକାର ଚେତିଛନ୍ତି। ଗତକାଲି ବିଭିନ୍ନ ସ୍ଥାନରେ ଚଢାଉ ହୋଇଛି। ସରକାର କହୁଛନ୍ତି କିଛି ସମସ୍ୟା ନାହିଁ,ଯଦି କିଛି ସମସ୍ୟା ନାହିଁ, କି ଦୁର୍ନୀତି ନାହିଁ ଚାଷୀ କାହିଁକି ଆନ୍ଦୋଳନକୁ ଓହ୍ଲାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହ ଦୁଇ ଦିନ ମଧ୍ୟରେ ସମସ୍ୟାର ସମାଧାନ କରନ୍ତୁ, ନଚେତ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛନ୍ତି ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ ।
Follow Us