ରାଜ୍ୟସଭାରେ ୱାକଫ୍ ବିଲକୁ ବିରୋଧ କରିବ ବିଜେଡି ;  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ

ରାଜ୍ୟସଭାରେ ୱାକଫ ବିଲକୁ ବିରୋଧ କରିବ ବିଜେଡି । ସଂଖ୍ୟାଲଘୁ ସେଲକୁ ସମ୍ବୋଧନ ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ।

walkup

କନକ ବ୍ୟୁରୋ: ରାଜ୍ୟସଭାରେ ୱାକଫ ବିଲକୁ ବିରୋଧ କରିବ ବିଜେଡି । ସଂଖ୍ୟାଲଘୁ ସେଲକୁ ସମ୍ବୋଧନ ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ । ବିଜେଡି ସଂଖ୍ୟାଲଘୁ ସେଲର ସାଙ୍ଗଠନିକ କର୍ମକର୍ତ୍ତା ବୈଠକକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ବିଭିନ୍ନ ଜିଲ୍ଲାରୁ ଆସିଥିବା କାର୍ଯ୍ୟକର୍ତ୍ତା ମାନେ ସେମାନଙ୍କ କଥା ରଖିଥିଲେ। ବିଜେଡି ଏକ ଧର୍ମ ନିରପେକ୍ଷ ଦଳ । ଯେଉଁମାନେ ଭାଇଚାରା ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ତାଙ୍କୁ ଏହା କରିବାକୁ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। 

ୱାକଫ୍ ବିଲ ସଂସଦରେ ଆଣିବାକୁ ବିଜେପି ଉଦ୍ୟମ କରୁଛି। ଯେଉଁଥିପାଇଁ ଜେପିସି ଗଠନ ହୋଇଛି। ଏହାକୁ ବିଜେଡି ବିରୋଧ କରିବ। ସଂଖ୍ୟାଲଘୁ ସେଲର ଭାଇମାନେ ଭାଇଚାରା ରକ୍ଷା କରିବାକୁ ପ୍ରସ୍ତାବ ପାସ କରିଥିବା କହିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe