କନକ ବ୍ୟୁରୋ: ଯେଉଁ କଥାକୁ ନେଇ ଗଲା ଏତେ ଦିନ ହେଲା ଚର୍ଚ୍ଚା ହେଉଥିଲା, ଶେଷକୁ ସେଇଆ ହେଲା । ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେବନି ବିଜେଡି । ଭୋଟ୍ ଦାନ ପ୍ରକ୍ରିୟାରୁ ବିଜେଡି ସାଂସଦମାନେ ବିରତ ରହିବା ନେଇ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ତେବେ ବର୍ତ୍ତମାନ ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଅଛନ୍ତି । ତେଣୁ ଚର୍ଚ୍ଚା ହେଉଛି ଦିଲ୍ଲୀରୁ ପ୍ରେସମିଟ୍ କରି ସମ୍ଭବତଃ ନବୀନ ଏ ସମ୍ପର୍କରେ ଘୋଷଣା କରିପାରନ୍ତି ।

Advertisment

ଆପଣ ଭଲ ଭାବେ ଜାଣିଥିବେ ଯେ, ଜଗଦୀପ ଧନଖଡଙ୍କ ଇସ୍ତଫା ପରେ ବର୍ତ୍ତମାନ ଉପରାଷ୍ଟ୍ରପତି ନିର୍ବାଚନ ହେଉଛି । ଯେଉଁଥିରେ ଏନଡିଏ ସିପି ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରିଥିବାବେଳେ, ବିରୋଧୀ ମେଣ୍ଟ ବି ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଛି । ତେବେ ଗଲା କିଛି ଦିନ ଧରି ଚର୍ଚ୍ଚା ହେଉଥିଲା, ଏହି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ ଜଣାଇବ? ଆଉ ଶେଷରେ ବିଜେଡି ଏହି ନିର୍ବାଚନରେ ଭାଗ ନେବନି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।

ରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ, ବିଜେଡି ଯଦି ଏହି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଥାନ୍ତା, ତେବେ କେଉଁଠି ନା କେଉଁଠି ବିଜେଡି-ବିଜେପି ଏକ ବୋଲି କଥା ଉଠିଥାନ୍ତା । ଏହାସହ ଯଦି ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କରି ଇଣ୍ଡି ମେଣ୍ଟର ପ୍ରାର୍ଥୀଙ୍କୁ ସମର୍ଥନ କରିଥାନ୍ତା, ତେବେ କେନ୍ଦ୍ରର ମୋଦୀ ସରକାରର ଟାର୍ଗେଟରେ ରହିଥାନ୍ତା । ହେଲେ ଏ ଦୁଇଟି ଯାକ କଥାକୁ ଛାଡ଼ି ବିଜେଡି ଏବେ ତୃତୀୟ ରାସ୍ତା ବାଛିଛି । ଦଳ ଉପରାଷ୍ଟ୍ରପତି ନିର୍ବାଚନରେ ନିରବ ରହିବା ସହିତ ଭୋଟ୍ ଦାନ ପ୍ରକ୍ରିୟାରୁ ବିରତ ରହିବ ବୋଲି ସୂଚନା ରହିଛି ।