କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଜେନାପୁର ଓ କରବାଲୁଆର ଦେଶୀ ମଦ ପିଇ ଅସୁସ୍ଥ ଘଟଣାର ସରଜମିନ୍ ତଦନ୍ତ ପାଇଁ ଚିକିଟିରେ ବିଜେଡିର ଚାରି ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ। ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ଚାରି ଜଣିଆ ଟିମ୍ ଚିକିଟିରେ ପହଞ୍ଚିଛନ୍ତି।। ନିରଞ୍ଜନ ପୂଜାରୀଙ୍କ ସମେତ ପୂର୍ବତନ ମନ୍ତ୍ରୀ ଉଷା ଦେବୀ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ଡା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଟିମରେ ରହିଛନ୍ତି । ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରିଥିବା ଜେନାପୁର ଗାଁର ଲୋକନାଥ ବେହେରାଙ୍କ ଘରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଇଥିଲା। ଏହାପରେ ପୂର୍ବତନ ମନ୍ତ୍ରୀ ଉଷା ଦେବୀ ଲୋକନାଥଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିପରି ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରିଥିବା ଜୁର ବେହେରାଙ୍କ ଘରକୁ ଯାଇ ମୃତକଙ୍କ ପରିବାର ଲୋକଙ୍କୁ ଭେଟିଥିଲା ଟିମ। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ କିଭଳି ହୋଇଥିଲା ପୂରା ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ।