CMO Odisha Photograph: (kanak news)
କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ବାସଭବକୁ ନେଇ ପୁଣି ପ୍ରଶ୍ନ ଉଠାଇଲା ବିଜେଡି । ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ସ୍ୱାଧୀନତା ପରଠାରୁ ଓଡ଼ିଶାର କୌଣସି ମୁଖ୍ୟମନ୍ତ୍ରୀ ଏଭଳି ବାସଭବନ ନେଇ ନାହାନ୍ତି । କିନ୍ତୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ କାହିଁକି ଏଭଳି ବ୍ୟବସ୍ଥା କରାଯାଇଛି । ଯାହାର ଅର୍ଥ ଓଡ଼ିଶା ତହବିଲରୁ ଯାଉଛି , ଯାହା ଦ୍ୱାରା ଓଡ଼ିଶାର କ୍ଷତି ହେବ । ପୂର୍ବ ପ୍ରେସମିଟରେ ବିଜେଡି ପକ୍ଷରୁ କିଛି ପ୍ରଶ୍ନ କରାଯାଇ ଥିଲା କିନ୍ତୁ ତାର ଉତ୍ତର ମିଳିଲା ନାହିଁ । ବିଗତ ୨୪ ବର୍ଷ ଧରି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରହିଲେ । ସେ ଦିଲ୍ଲୀ ଗଲେ ତାଙ୍କୁ ତ କେବେ ଆଉ ଗୋଟେ ଘର ଦରକାର ପଡୁ ନଥିଲା ।
ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ବିଜେଡ଼ି ଭାବୁଛି ଯେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ବାସ ଭବନରେ ଓଡ଼ିଶା ବିରୁଦ୍ଧରେ ଓଡ଼ିଆ ଲୋକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟ ହେବ । ଏହା ସହ ଓଡ଼ିଶାରୁ ଗୋଟେ ପ୍ଲାଟୁନ ପୁଲିସ ନେବାର ଅର୍ଥ ଦିଲ୍ଲୀ ପୁଲିସ ଉପରେ ଓଡିଶା ସରକାରଙ୍କ ଭରସା ନାହିଁ । ଆଉ ଏହି ପୁଲିସ ଦିଲ୍ଲୀ ରେ ରହିବା ଦ୍ୱାରା ଓଡ଼ିଶା କ୍ଷତି ସହିବ । ତିନି ମୂର୍ତ୍ତି ଲେନରେ ବିଜେପିର ଗୋଟେ ଗୋଷ୍ଠୀ ଆଉ ଗୋଟେ ପାୱାର ସେଣ୍ଟର ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ଏହାର ସ୍ପଷ୍ଟୀକରଣ ରଖନ୍ତୁ । ବିଜେପି ମଧ୍ୟ ଏହି ଅଭିଯୋଗର ଜବାବ ରଖୁ ।
ଅଧିକ ପଢ଼ନ୍ତୁ---ଇଥିଓପିଆ ସଂସଦରେ ମୋଦୀଙ୍କ ଐତିହାସିକ ଭାଷଣ: ଇଥିଓପିଆକୁ ‘ସିଂହମାନଙ୍କ ଦେଶ’ କହିଲେ ପ୍ରଧାନମନ୍ତ୍ରୀ
ସେ ଆହୁରି ମଧ୍ୟ କହିଛନ୍ତି ,ମୁଖ୍ୟମନ୍ତ୍ରୀ ନିଜେ ଉତ୍ତର ରଖୁ ନାହାନ୍ତି କିନ୍ତୁ କିଛି ସାମ୍ବାଦିକ ବିଜେପି ମୁଖପାତ୍ର ସାଜି ସୋସିଆଲ ମିଡ଼ିଆରେ ହିସାବ ରଖୁଛନ୍ତି । ଏହା କେଉଁ ଭଳି ସାମ୍ବାଦିକତା । ମେ ଫେୟାର ରୁ ୧୦୦ ରୁ ଅଧିକ ମିଲ ପ୍ରତ୍ୟେକ ଦିନ ଆସୁଛି । ଗୋଟିଏ ଲେଖାଏଁ ମିଲର ମୂଲ୍ୟ ୪୦୦୦ ଟଙ୍କା । ତାହା ଲୋକସେବା ଭବନର ୪୦୦ ମିଟର ପରିଧି ଭିତରେ ବ୍ୟବହାର ହେଉଛି । ଖାଲି ସେତିକି ନୁହେଁ ଜୟସ୍ୱାଲ ବୋଲି ବ୍ୟକ୍ତି ଜଣକ କିଏ । ଯିଏ କି ବର୍ତ୍ତମାନ ଓଡ଼ିଶାର ସୁପର ଚିଫ୍ ମିନିଷ୍ଟର ସାଜିଛନ୍ତି । ତାହାର ଜବାବ ବିଜେପି କିମ୍ବା ମୁଖ୍ୟମନ୍ତ୍ରୀ ରଖନ୍ତୁ । କେହି ସାମ୍ବାଦିକ ବିଜେପି ମୁଖପାତ୍ର ହୋଇ ନ ରଖନ୍ତୁ ।
Follow Us