Naveen Pattanaik Photograph: (kanak news)
କନକ ବ୍ୟୁରୋ :ଦିନକ ପରେ ନୂଆପଡ଼ାରେ ଉପନିର୍ବାଚନ ପାଇଁ ପଡ଼ିବ ଭୋଟ୍ । ଆଉ କିଛି ସମୟ ପରେ ପ୍ରଚାର ଥମିବ । ଠିକ୍ ଏହି ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭିଡିଓବାର୍ତ୍ତା କରି ରାଜ୍ୟ ସରକାରକୁ ଟାର୍ଗେଟ କରିଛନ୍ତି । ନବୀନ କହିଛନ୍ତି, ନୂଆପଡ଼ାରୁ ବିଜେପିର ପରାଜୟ ଅଭିଯାନ ଆରମ୍ଭ ହେବ । ଏ ସରକାର କିଭଳି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ବା ବିଏସକେୱାଇ ବନ୍ଦ କଲେ, ରାଜ୍ୟରେ କିଭଳି ନାରୀ ନିର୍ଯାତନା ବଢ଼ିଚାଲିଛି, ମିସନଶକ୍ତିମାନେ ଅବହେଳିତ ହେଉଛନ୍ତି । ଏଭଳି ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ସମାଲୋଚନା କରିଛନ୍ତି ।
ସେପଟେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ନବୀନଙ୍କ ବେଇମାନ ଆକ୍ଷେପର କାଉଣ୍ଟର କରିଛନ୍ତି । ୨୦୦୯ ମାର୍ଚ୍ଚ ୭ ତାରିଖ କଥା ମନେପକାଇ ମନମୋହନ କହିଛନ୍ତି, ବିଜେଡି ଆତ୍ମସମୀକ୍ଷା କରୁ, ପ୍ରକୃତରେ ବେଇମାନି କିଏ କରିଛି । ସେମାନେ ଯେଉଁ ଶବ୍ଦ ବ୍ୟବହାର କରୁଛନ୍ତି ତାହା କାହା ପାଇଁ ପ୍ରଯୁଜ୍ୟ ବୋଲି କହିଛନ୍ତି । ବେଇମାନ, ଭୋଟ ଚୋରି ଭଳି ଶସ୍ତା କଥା କହି ପ୍ରସଙ୍ଗକୁ ଡ଼ାଇଭର୍ଟ କରୁଥିବା ମନମୋହନ ଅଭିଯୋଗ ଆଣିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି , ବିଜେଡି କାହାକୁ ବେଇମାନ କହିବା ପୂର୍ବରୁ ପ୍ରଥମେ ମାର୍ଚ୍ଚ ୭, ୨୦୦୯ ମସିହାକୁ ସ୍ମରଣ କରିବା ଉଚିତ୍ । ସେମାନେ ବ୍ୟକ୍ତିଗତ ଭାବେ ଆକ୍ଷେପ କରୁଛନ୍ତି । ବିଜେଡି ୨୪ ବର୍ଷରେ କ’ଣ କରିଛି ତାହା କହୁ । ବ୍ୟକ୍ତିଗତ ଆକ୍ଷେପ କରିବା ବନ୍ଦ କରୁ । ଏ ଅଞ୍ଚଳ ଏକ ନମ୍ବର ଅଞ୍ଚଳ ହେବ , ଏ ନମ୍ବର ଜିଲ୍ଲା ହେବ , ଏ କଥା ଆମ ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜି ଆମ ସରକାର ସବୁ କାମ କରିବା ପାଇଁ ଏବଂ ରାଜ୍ୟର ବିକାଶ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ।
ଅଧିକ ପଢ଼ନ୍ତୁ--କାହାକୁ ଦରଦ ଦେଖାଇବେ ନୂଆପଡ଼ା ଭୋଟର? ନୂଆପଡ଼ାରେ କିଙ୍ଗମେକର ସାଜିବ ‘ସିମ୍ଫାଥି ଭୋଟ୍’
ନୂଆପଡ଼ା ଉପନିର୍ବାଚନର ପ୍ରଚାରର ଆଜି ଶେଷ ଦିନ , ଭୋଟର୍ମାନେ ଯେଉଁ ପ୍ରକାର ସହଯୋଗ କଲେ ,ସେମାନଙ୍କ ଉତ୍ସାହ ଆଉ ଶାନ୍ତିପୂର୍ଣ୍ଣ ପରିସ୍ଥିତି ଯୋଗୁଁ ଧନ୍ୟବାଦ । ଏହା ବ୍ୟକ୍ତିଗତ ଲଢ଼େଇ ନୁହେଁ , ବିଚାରଧାରାର ଲଢ଼େଇ । ଆମର ଲକ୍ଷ୍ୟ ନୂଆପଡ଼ାର ବିକାଶ ହେଉ । ଓଡ଼ିଶାର ଜନସାଧରଣ ଆମକୁ ୨୦୨୪ ନିର୍ବାଚନରେ ଜିତାଇଥିଲେ ଏବଂ ବିଧାନସଭାରେ ସରକାର ଗଢ଼ିବାରେ ସୁଯୋଗ ଦେଲେ । ସେବେଠାରୁ ଭାରତୀୟ ଜନତା ପାର୍ଟି ଗୋଟି ଗୋଟି ସବୁ କରିଥିବା ସଂକଳ୍ପ ପୂରଣ କରୁଛି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ।
Follow Us