କନକ ବ୍ୟୁରୋ: ଆଜି ବିଜେଡିର ପଦଯାତ୍ରା । ଲୋକଙ୍କ ସହ ଯୋଡ଼ି ହେବା ପାଇଁ ପଦଯାତ୍ରାକୁ ଶକ୍ତିଶାଳୀ ମାଧ୍ୟମ କରିଛି ବିଜେଡି । ଏହାକୁ ସାମାଜିକ ଆନ୍ଦୋଳନରେ ପରିଣତ କରିଛି ଦଳ । ଏହି ଅବସରରେ ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗ ଦେଇ ଦଳୀୟ ନେତା, କର୍ମୀଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର । ଦଳକୁ କିପରି ଆଗକୁ ଆଗେଇ ନେଇ ପୂର୍ବପରି ପୁଣି ଶକ୍ତିଶାଳୀ କରିହେବ ସେନେଇ ଦେଇଛନ୍ତି ଉପଦେଶ ।
ବିଜେପି ସରକାରଙ୍କୁ ଟାର୍ଗେଟ କରି ନବୀନ କହିଛନ୍ତି, ‘୨୪ ବର୍ଷରେ ଓଡ଼ିଶାର ବିକାଶ ପାଇଁ ଅନେକ କାମ କରିଛି ବିଜେଡି । ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା, ଆଦିବାସୀଙ୍କ ବିକାଶ ହୋଇଛି। ୨୦୦୦ ରେ ଓଡ଼ିଶାରେ ଗରୀବି ୭୦% ଥିଲା ଏବେ ଏହା ମାତ୍ର ୧୦% । ମୁଣ୍ଡ ପିଛା ଆୟ ବଢିଛି। ଡବଲ ଇଞ୍ଜିନ ରାଜ୍ୟ ଠାରୁ ଓଡିଶା ଆଗରେ। ଏବେ ନୂଆ ସରକାର bsky ନାଁ ବଦଳାଇ ଦେଇଛନ୍ତି। ଆପଣ ନାଁ ଆଉ ରଙ୍ଗ ବଦଳାଇ ପାରନ୍ତି କିନ୍ତୁ ଲୋକ ସବୁ ଜାଣିଛନ୍ତି । ମାଗଣା ୩୦୦ ୟୁନିଟ୍ ବିଜୁଳି, ୫୦ ହଜାର ଟଙ୍କା କେତେ ଜଣ ପାଇଲେଣି? ନିର୍ବାଚନ ବେଳେ ହାତୀ ଦବୁ ଘୋଡା ଦବୁ କହିଲେ । ହେଲେ ସବୁ ଭୁଲିଗଲେ । ଏବେ ସବୁ କଥା ଲୋକ ଜାଣିଲେଣି । ସରକାରୀ କର୍ମଚାରୀ ରାଜଭବନରେ ବି ସୁରକ୍ଷିତ ନୁହଁନ୍ତି । ମିଛ କଥା କହି ନିର୍ବାଚନ ଜିତି ପାଇପାରନ୍ତି କିନ୍ତୁ ହୃଦୟ ନୁହଁ । ମିଛ କଥା ହେଲା ବିଜେପି ର ଟଝଚ। ମୁଁ କ୍ଷମତାରେ ଥାଏ ବା ନଥାଏ ଲୋକ ସେବା ଜାରି ରହିବ। ବିଜେଡି ହୃଦୟରେ ଅଛି ସବୁବେଳେ ରହିବ’।