ସୁସ୍ଥ ହୋଇ ଫେରିଲେ ନବୀନ ; ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସରେ ଭିଡ଼

ସୁସ୍ଥ ହୋଇ ଓଡ଼ିଶା ଫେରିଲେ ବିଜେଡି ସୁପ୍ରିମୋ । ବିମାନ ବନ୍ଦରରେ ସ୍ୱାଗତ କଲେ ଦଳୀୟ କର୍ମୀ ଓ ନେତା । ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସରେ କର୍ମୀଙ୍କ ଭିଡ଼ । ଗ୍ରାଉଣ୍ଡଜିରୋକୁ ନବୀନ ଓହ୍ଲାଇବେ କି ନାହିଁ ତା ଉପରେ ନଜର ।

7PM4

କନକ ବ୍ୟୁରୋ: ରାଜନୀତି କ୍ୟାରିୟରରେ ପ୍ରଥମଥର ପାଇଁ ଦୀର୍ଘ ୨୨ ଦିନ ଓଡ଼ିଶା ବାହାରେ ରହିଥିଲେ ନବୀନ । ଅସ୍ତ୍ରୋପଚାର ପରେ ଏବେ ବିଜେଡି ମୁଖିଆ ଓଡ଼ିଶା ଫେରିଛନ୍ତି। କର୍ମୀଙ୍କୁ ବଳ ଦେଇଛି ନବୀନଙ୍କ ଆଗମନ । ହେଲେ ସଙ୍ଗଠନକୁ କେମିତି ଇନ୍ଧନ ଦେବେ ନବୀନ ତାହା ସବୁଠୁ ବଡ ପ୍ରଶ୍ନ । 

ଜୁନ୍ ୨୦ରେ ଅସୁସ୍ଥ ନବୀନ ମୁମ୍ବାଇ ଗଲାବେଳେ ଯେମିତି ବିମାନବନ୍ଦର ଲୋକାରଣ୍ୟ ଥିଲା । ଠିକ୍ ସେହିଭଳି ସୁସ୍ଥ ହୋଇ ଆଜି ମୁମ୍ବାଇରୁ ଫେରିବା ବେଳେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଜନଗହଳି ଦେଖିବାକୁ ମିଳିଥିଲା । ଦୀର୍ଘ ୨୨ ଦିନ ପରେ ଦଳର ମୁଖିଆ ମୁମ୍ବାଇରୁ ଫେରୁଥିବାରୁ ଚଳଚଞ୍ଚଳ ହୋଇ ଉଠିଥିଲା ବିଜେଡି ଶିବିର  ।  ହଜାର ହଜାର ବିଜେଡି କର୍ମୀ ଓ ନେତା ଉତ୍ସାହର ସହ ଦଳର ସୁପ୍ରିମୋଙ୍କୁ ଅପେକ୍ଷା କରିଥିଲେ । ନବୀନ ନିବାସରେ ମଧ୍ୟ ପ୍ରିୟ ନେତାଙ୍କୁ ଶଙ୍ଖୋଳି ନେବାକୁ ଏକାଠି ହୋଇଥିଲେ ବିଜେଡିର ମହିଳା ୱିଙ୍ଗ୍ । ବିମାନବନ୍ଦରରେ ପହଞ୍ଚିବା ପରେ ଭବ୍ୟ ସ୍ବାଗତ ସହ ନବୀନ ନିବାସ ପର୍ଯ୍ୟନ୍ତ ବିଜେଡି ସଭାପତିଙ୍କୁ କର୍ଡନ କରି ନେଇଥିଲେ ଦଳର ଛାମୁଆ ନେତା ଓ କର୍ମୀ । 

ଦୀର୍ଘ ୨୨ ଦିନ ଧରି ନବୀନଙ୍କ ବିନା ଖାଁ ଖାଁ ଲାଗୁଥିଲା ବିଜେଡି କ୍ୟାମ୍ପ । ଛୋଟମୋଟ ପ୍ରତିବାଦ ଓ ଆନ୍ଦୋଳନକୁ ଛାଡିଦେଲେ ବିଜେଡିର ଉପସ୍ଥିତି ଶଙ୍ଖଭବନରେ ସୀମିତ ଥିଲା । ନବୀନ ନଥିବାରୁ ଦଳର କର୍ମୀଙ୍କ ଭିତରେ ଜୋଶ ଦେଖିବାକୁ ମିଳୁନଥିଲା । ନବୀନ ମୁମ୍ବାଇରୁ ଫେରିବା ପରେ ପୁଣିଥରେ ବିଜେଡି ରାଜନୀତି କଡ ଲେଉଟାଇବ ବୋଲି ଚର୍ଚ୍ଚା ହେଉଛି  । କଂଗ୍ରେସ ଓ ବିଜେପି ସାଙ୍ଗଠନିକ ଶକ୍ତି ବଢାଉଥିବା ବେଳେ ବିଜେଡି ପାଇଁ ସଙ୍ଗଠନକୁ ବଞ୍ଚାଇବା ଏବେ ବଡ ଚ୍ୟାଲେଞ୍ଜ । କାରଣ ନବୀନ ଏବେ ଗ୍ରାଉଣ୍ଡକୁ ଓହ୍ଲାଇବେ କି ନାହିଁ ତାହାକୁ ନେଇ ସନ୍ଦେହ ।

ଜୁନ୍ ୨୦ରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଜୁଲାଇ ୧୧ରେ ରାହୁଲ ଗାନ୍ଧୀ ଆସି କର୍ମୀଙ୍କ ମନରେ ଜୋଶ ଭରିଲେ। ନିର୍ବାଚନ ପରାଜୟର ୧୩ ମାସ ପରେ ନବୀନଙ୍କ ଜିଲ୍ଲାଗସ୍ତ ଏବେ ବି ଆରମ୍ଭ ହୋଇନି। ଯାହା ବିଜେଡି ସଙ୍ଗଠନକୁ ଭିତରେ ଭିତରେ ଦୁର୍ବଳ କରୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe