କନକ ବ୍ୟୁରୋ: ଆଜିଠୁ ଦିଲ୍ଲୀ ଗସ୍ତରେ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ  । ୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ନବୀନ  । ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିପାରନ୍ତି ବୋଲି କୁହାଯାଉଛି । କାରଣ ସେ  ଅସୁସ୍ଥ ଥିବାବେଳେ ଫୋନ୍ କରି ଆଶୁ ଆରୋଗ୍ୟ କାମନା କରିଥିଲେ ପ୍ରଧାନମନ୍ତ୍ରୀ । ଦିଲ୍ଲୀ ଆସିଲେ ଭେଟିବା ପାଇଁ ମଧ୍ୟ କହିଥିଲେ । ତେଣୁ ଦିଲ୍ଲୀ ଗସ୍ତ ସମୟରେ ନବୀନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିପାରନ୍ତି ବୋଲି ଚର୍ଚ୍ଚା ହେଉଛି । 

Advertisment

ଏହାବ୍ୟତୀତ ଆଉ  ଦିନକ ପରେ ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ନବୀନଙ୍କ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଜନୈତିକ ମହଲରେ ହେଉଥିବା ଆଲୋଚନା ଅନୁସାରେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ନକରିବାକୁ ନବୀନଙ୍କ ଉପରେ ଚାପ ପଡୁଥିବାରୁ ନବୀନ ଏନେଇ ବିଜେପିର କେତେକ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିପାରନ୍ତି  ବୋଲି ଆଲୋଚନା ହେଉଛି ।