କନକ ବ୍ୟୁରୋ: ରାଜ୍ୟରେ ଡାଇରିଆ ସଙ୍କଟ ନେଇ ଚିନ୍ତା ପ୍ରକାଶ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ହଇଜାରେ ୧୪ ଜଣଙ୍କ ମତ୍ୟୁ ବ୍ୟଥିତ କରିଥିବା ନେଇ ସୋସିଆଲ ମିଡିଆ ଏକ୍ସରେ ଟ୍ବିଟ୍‌ କରିଛନ୍ତି ନବୀନ । ଦୀର୍ଘ ବର୍ଷ ଧରି ଯାହା ଦେଖିବାକୁ ମିଳିନଥିଲା ତାହା ଏବେ ବିଭିନ୍ନ ଜିଲ୍ଲାର ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ସେ ଲେଖିଛନ୍ତି । ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, କଟକ ଓ କେନ୍ଦୁଝର ଜିଲ୍ଲାରେ ହଇଜା ଭୟଙ୍କର ରୂପ ନେଉଥିବା ବେଳେ ଅନ୍ୟ ଜିଲ୍ଲାକୁ ମଧ୍ୟ ଏହା ବ୍ୟାପିବାକୁ ଲାଗିଲାଣି । ଘଟଣାକୁ ରାଜ୍ୟ ସରକାର ହାଲୁକା ଭାବେ ନେଉଥିବା ତାଙ୍କୁ ଚକିତ ଓ ବିଚଳିତ କରୁଥିବା ସେ କହିଛନ୍ତି। ଲୋକଙ୍କ ଜୀବନକୁ ଆଉ ବିପଦକୁ ନ ଠେଲି ସରକାର ସଜାଗ ହୁଅନ୍ତୁ ଏବଂ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଆହ୍ବାନ କରିଛନ୍ତି।