କନକ ବ୍ୟୁରୋ: ଆରମ୍ଭ ହେଲା ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ପ୍ରଥମ ସଭ୍ୟ ନିଜେ ନବୀନ ହୋଇଛନ୍ତି । ଏକାମ୍ରରୁ ରାଜ୍ୟର ପ୍ରଥମ ସଦସ୍ୟ ହୋଇଛନ୍ତି ନବୀନ । ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ନିଜ ସଦସ୍ୟତା ନେଇ ଅଭିଯାନର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ । ଏହି କାର୍ଯ୍ୟକ୍ରମରେ ବିଜେପିକୁ ପୁଣିଥରେ ଟାର୍ଗେଟ୍ କରିଛନ୍ତି ନବୀନ ।

Advertisment

ଏହି ଅବସରରେ ନବୀନ କହିଛନ୍ତି, ‘ସଦସ୍ୟତା ଅଭିଯାନ ଗୋଟେ ରାଜନୈତିକ ଦଳ ପ୍ରମୁଖ କାର୍ଯ୍ୟକ୍ରମ । ଏହା ଦଳକୁ ଅଧିକ ମଜଭୁତ କରେ । ମୁଁ ଚାହେଁ ଆମ ଦଳର ସକ୍ରିୟ ସଦସ୍ୟମାନେ ପ୍ରତି ଘରକୁ ଯାଆନ୍ତୁ ।  ଆମ ସରକାର ସମୟର କାମକୁ ପ୍ରତି ଘର ସହ ଦେଶବିଦେଶରେ ପହଞ୍ଚାନ୍ତୁ । ବିଜେଡି ସରକାର ସମୟରେ ବହୁତ ଭଲ କାମ ହୋଇଛି । ଭାରତ ସରକାର ଆମ ସରକାର ଅନେକ ଯୋଜନାକୁ ଗ୍ରହଣ ମଧ୍ୟ କରିଛନ୍ତି । ମିସକଲ୍ ମାରି ଆମେ ସଦସ୍ୟତା ଅଭିଯାନ କରୁନୁ ଆମେ ଲୋକଙ୍କ ପାଖକୁ ଯାଇ ସଦସ୍ୟ କରୁଛୁ । ବିଜେଡି ତା’ଠୁ ଊର୍ଦ୍ଧ୍ୱରେ ।