କନକବ୍ୟୁରୋ : ତୃଣମୂଳସ୍ତରରେ ଭୁଶୁଡୁଛି ବିଜେଡି ଗଡ । ବିଜେପିର ମିଶ୍ରଣ ପର୍ବରେ ମିଶିଲେ ଶତାଧିକ ବିଜେଡି କର୍ମୀ । ଯାଜପୁର ବିଜେପି ପକ୍ଷରୁ ଜାଫରପୁର ପଞ୍ଚାୟତ ବଡ ତ୍ରିଲୋଚନପୁର ପଡ଼ିଆରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବିଜେଡି ନେତା ଗୋକୁଳାନନ୍ଦ ରାଉତଙ୍କ ନେତୃତ୍ଵ ରେ ଯାଜପୁର ବ୍ଳକ ଜାଫରପୁର ଓ ଖଇରାବାଦ ପଂଚାୟତର ଶତାଧିକ କର୍ମୀ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ ।
ସେମାନଙ୍କୁ ଉପସ୍ଥିତ ବିଜେପି ନେତା ମାନେ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳରେ ସାମିଲ କରିଥିଲେ। ଜିଲ୍ଲା ବିଜେପି ସଭାପତି ଗୌତମ ରାୟଙ୍କ ସଭାପତିତ୍ବରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସମନ୍ତ, ସାଂସଦ ଡ. ରବିନ୍ଦ୍ର ନାରାୟଣ ବେହେରା, ବଡଚଣା ବିଧାୟକ ଅମର ନାୟକ, ଯୁବନେତା ଉମେଶ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ବିଜେପି ସରକାରରେ ସମସ୍ତଙ୍କୁ ନ୍ୟାୟ ମିଳିବା ସହ ଯାଜପୁରରେ ବିକାଶ ଶିଖରକୁ ଛୁଇଁବ ବୋଲି ସେମାନେ ମତ ପ୍ରକାଶ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/01/24/e8qU2oy3cW07mXxon2ot.jpg)