କନକ ବ୍ୟୁରୋ : ରାଜ୍ୟସଭା ବିଗୁଲ ବାଜିନି, କିନ୍ତୁ ସଂଖ୍ୟା ଗଣିତକୁ ଆଧାର କରି ନେତା ହିସାବ କିତାବ କଲେଣି । ପ୍ରଥମେ କଂଗ୍ରେସ, ପରେ ବିଜେପି ଆଉ ଏବେ ବିଜେଡି ଚତୁର୍ଥ ଆସନକୁ ନେଇ ଦମ୍ଭୋକ୍ତି ଦେଖାଇଛନ୍ତି। ଆବଶ୍ୟକ ହେଲେ ସମର୍ଥନ ମାଗିବେ ବୋଲି କହିଛନ୍ତି। ପୂର୍ବରୁ ଅନେକ ଥର ରାଜ୍ୟସଭା ଆସନକୁ ବିଜେପି ହାତକୁ ଟେକି ଦେଇଥିବା ବିଜେଡି ନେତାଙ୍କ ଏଭଳି ବୟାନ ଚର୍ଚ୍ଚାର ବିଷୟ ହୋଇଛି। 

Advertisment

ଅଧିକ ପଢ଼ନ୍ତୁ :  ଯିଏ ଅଙ୍କ କଷିକି ସଂଖ୍ୟା ବଢ଼ାଇବ, ସେ ଚତୁର୍ଥ ସିଟ୍ ହାତେଇବ; ରାଜ୍ୟସଭା ରେସକୁ ନେଇ ବିଶ୍ୱେଶ୍ୱରଙ୍କ ବଡ଼ ବୟାନ

ରାଜ୍ୟସଭା ନିର୍ବାଚନ ନେଇ ତାରିଖ ଆସିନି, ହେଲେ ରୋଚକ ହେଲାଣି ରାଜ୍ୟସଭା ଗଣିତ। ଚତୁର୍ଥ ଆସନ ପାଇଁ ସମର୍ଥନ ଯୋଗାଡ଼ କରିବା ପାଇଁ ତିନି ରାଜନୈତକ ଦଳ ରଣନୀତି ପ୍ରସ୍ତୁତ କରୁଛନ୍ତି। ବିଜେପି ଓ କଂଗ୍ରେସ ବିଜେଡି ଉପରେ ଆଖି ପକାଇଛନ୍ତି। ଏତିକିବେଳେ ବଡ ସଂକେତ ଦେଇଛି ବିଜେଡି। ପୂର୍ବରୁ ଏକାଧିକ ଥର ବିଜେପିକୁ ହୃଦୟ ଖୋଲି ସମର୍ଥନ ଦେଇଥିବା ଏବେ ଭାଗ ମାଗିବାକୁ ଅଣ୍ଟା ଭିଡିଛି। ରାଜ୍ୟସଭା ଚତୁର୍ଥ ଆସନ ପାଇଁ ନୂଆ ରଣନୀତି ସହ ଆଗକୁ ବଢ଼ୁଛନ୍ତି ବିଜେଡି ସୁପ୍ରିମୋ।  ବିଜେଡିର ବରିଷ୍ଠ ବିଧାୟକ ମନୋହର ରନ୍ଧାରୀ କହିଛନ୍ତି, ଚତୁର୍ଥ ଆସନ ହାତେଇବା ପାଇଁ ନବୀନ ଗୁପ୍ତ ରଣନୀତି କରୁଛନ୍ତି । ଉଭୟ ବିଜେପି ଓ କଂଗ୍ରେସର ସହଯୋଗ ମିଳିବା ନେଇ ଆଶାବାଦୀ ଅଛୁ । ଚବିଶ ବର୍ଷ ଭିତରେ ନବୀନଙ୍କୁ ୟୁପିଏ ଓ ଏନଡିଏ ସର୍ବମାନ୍ୟ ନେତା ମାନିଛନ୍ତି । ନୈତିକ ଆଧାରରେ ଦୁଇ ଦଳ ଆମକୁ ସମର୍ଥନ ଦେବେ । 

ଅଧିକ ପଢ଼ନ୍ତୁ :  ଆସିନି ତାରିଖ, ବଢ଼ିଲାଣି ରାଜ୍ୟସଭା ତାତି : ଚତୁର୍ଥ ଆସନକୁ ନେଇ ହଟଚମଟ ଭିତରେ ଚର୍ଚ୍ଚାରେ ପୃଥ୍ବୀରାଜ-ଦିଲ୍ଳୀପ ରାୟଙ୍କ ଭେଟଘାଟ


ଶାସକ ଦଳର ଜଣେ ପରେ ଜଣେ ନେତା କହୁଛନ୍ତି, ରାଜ୍ୟସଭାର ଚତୁର୍ଥ ଆସନ ବିଜେପି ଖାତାକୁ ଯିବ।  ପୃଥ୍ବୀରାଜ ହରିଚନ୍ଦନ, ସୁରେଶ ପୂଜାରୀ, ବାବୁ ସିଂ, ବଳଭଦ୍ର ମାଝୀ ଏନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଦରକାର ପଡ଼ିଲେ ବିଜେଡିର ମଧ୍ୟ ସମର୍ଥନ ନିଆଯିବ। ହେଲେ ଏବେ ବିଜେଡି ସମର୍ଥନ ମାଗିବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ବାବୁ ସିଂ କହିଛନ୍ତି, ସମୟ ଆସିଲେ ସବୁ ଜଣାପଡ଼ିବ । ରାଜ୍ୟସଭା ଚତୁର୍ଥ ଆସନ ପାଇଁ କଂଗ୍ରେସ ନବୀନଙ୍କ ସମର୍ଥନ ଲୋଡିବ ବୋଲି ଦୁଇ ଦିନ ତଳେ ଘୋଷଣା କରିଛନ୍ତି ପିସିସି ସଭାପତି। ଅନ୍ୟପଟେ ବିଜେପି ଓ ବିଜେଡି ମିଶିକି ଅଛନ୍ତି ବୋଲି କଂଗ୍ରେସ ଚର୍ଚ୍ଚା ହେଉଛି। ତେଣୁ ଆଗକୁ ଉଭୟ ବିଜେପି ଓ ବିଜେଡି, କିଏ କାହାକୁ ସମର୍ଥନ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର।