‘ଅମର ଦଳ ଛାଡିଦେଲେ କିଛି  ଫରକ୍ ପଡିବନି’ : ବରିଷ୍ଠ ବିଜେଡି ନେତା ଅମର ଶତପଥୀଙ୍କୁ ଟାର୍ଗେଟ କଲେ ଲେନିନ୍ ମହାନ୍ତି

ବିଜେଡି ନେତାଙ୍କୁ ନେଇ ବଡ ଖବର । ବରିଷ୍ଠ ବିଜେଡି ନେତା ଅମର ଶତପଥୀଙ୍କୁ ସାଂଘାତିକ ଭାବେ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ଲେନିନ୍ କହିଛନ୍ତି, ‘ ଦଳରେ ଯଦି ଅମର ଶତପଥୀ ଶ୍ୱାସରୁଦ୍ଧ ହୋଇଯାଉଛନ୍ତି ତେବେ ଦଳ ଛାଡି ଚାଲିଯାଆନ୍ତୁ ।

1100

କନକ ବ୍ୟୁରୋ: ବିଜେଡି ନେତାଙ୍କୁ ନେଇ ବଡ ଖବର । ବରିଷ୍ଠ ବିଜେଡି ନେତା ଅମର ଶତପଥୀଙ୍କୁ ସାଂଘାତିକ ଭାବେ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ଲେନିନ୍ କହିଛନ୍ତି, ‘ ଦଳରେ  ଯଦି ଅମର ଶତପଥୀ ଶ୍ୱାସରୁଦ୍ଧ ହୋଇଯାଉଛନ୍ତି ତେବେ ଦଳ ଛାଡି ଚାଲିଯାଆନ୍ତୁ । ସେ  ନିଜ ପୁତୁରାଙ୍କୁୁ ପୂର୍ବରୁ ବିଜେପିକୁ ପଠାଇଦେଇଛନ୍ତି ଏବେ ନିଜେ ଲାଇନରେ ଅଛନ୍ତି । ଅମର ଦଳ ଛାଡିଲେ ବିଜେଡିରେ ପଇସାକର ବି ପ୍ରଭାବ ପଡିବନି । ବିଜେଡି ତାଙ୍କୁ ପରିଚୟ ଦେଇଛି , ସ୍ଥିତି ଦେଇଛି । କିନ୍ତୁ ସେ ଏବେ ଦଳ ବିରୁଦ୍ଧରେ କହୁଛନ୍ତି । ଯାହା କେବେବି ଗ୍ରହଣଯୋଗ୍ୟ ନୁହେଁ’ ।

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବାବେଳେ ଅମର ଶତପଥୀ କହିଥିଲେ ନିଜ ମନର କଥା । କହିଥିଲେ, ଦଳରେ ତାଙ୍କୁ ଅଣଦେଖା କରାଯାଉଛି । ଦଳରେ ସେ ଅଣନିଃଶ୍ୱାସୀ ହୋଇ ଅଛନ୍ତି । ଏହାସହ ଦଳକୁ ନେଇ ଅମର ଅନେକ ଗୁଢ କଥା କହିଥିଲେ । ତେବେ ୨୦୨୪ ନିର୍ବାଚନରେ ଟିକେଟ ନମିଳିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ଅମର । ତେବେ ଲେନିନ୍ ତାଙ୍କୁୁ ଦଳ ଛାଡି ଚାଲିଯିବାକୁ କହୁଥିବାବେଳେ ଅମରଙ୍କ ଭଳି ଜଣେ ବରିଷ୍ଠ ନେତା ଦଳ ଛାଡିବାକୁ ନେଇ ଚର୍ଚ୍ଚା ଜୋର ଧରିଲାଣି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe