କନକ ବ୍ୟୁରୋ: ପୁଣି ବିଜୁ ଜନତା ଦଳରେ ବରିଷ୍ଠଙ୍କ ବିସ୍ପୋରଣ । ଏବେ ବିଜେଡିର ବରିଷ୍ଠ ନେତା ଭୂପିନ୍ଦର ସିଂଙ୍କ କଂଗ୍ରେସ ପ୍ରେମ ସାମ୍ନାକୁ ଆସିବା ସହିତ, ବିଜେଡିକୁ ଭୂପିନ୍ଦର ମାରିଛନ୍ତି ତେରେଛା ତୀର । ଯାହା ପରେ ଚର୍ଚ୍ଚା ଆରମ୍ଭ ହୋଇଛି । ଖୁବଶୀଘ୍ର ବିଜେଡି ଛାଡ଼ି କଂଗ୍ରେସରୁ ପୁଣି ସାମିଲ ହେଇପାରନ୍ତି ବରିଷ୍ଠ ନେତା ଭୂପିନ୍ଦର ସିଂହ । ଭୂପିନ୍ଦର କହିଛନ୍ତି, ଲୋକ ମୋ ପାଇଁ ଶ୍ରେଷ୍ଠ, କେଉଁ ଦଳ ନୁହେଁ । ଲୋକ ଯାହା ବି ନିଷ୍ପତ୍ତି ନେବେ, ତାଙ୍କର ଭବିଷ୍ୟତ ସେଇଆ ହେବ । ଏହାସହ ଭୂପିନ୍ଦର କଂଗ୍ରେସକୁ ମଧ୍ୟ ପ୍ରଂଶସାରେ ପୋତିଛନ୍ତି । ରାଜ୍ୟ ସହିତ ଦେଶରେ କଂଗ୍ରେସ ବଢୁଛି । ଯଦି ବିଜେଡି ରାଜ୍ୟରେ ଠିକ୍ ଭାବେ ମୁଖ୍ୟ ବିରୋଧୀ ଦଳର ଭୂମିକା ନ ନେବ, ତେବେ କଂଗ୍ରେସ ଆହୁରି ଆଗକୁ ବଢ଼ିବ ବୋଲି ସେ କହିଛନ୍ତି । ଯେଉଁଥିପାଇଁ ତାଙ୍କ ବିଜେଡି ଛାଡ଼ିବା ଚର୍ଚ୍ଚା ଜୋର ଧରିଛି ।

Advertisment

ବିଜେଡିକୁ ତେରେଛା ତୀର ମାରି ଭୂପିନ୍ଦର କହିଛନ୍ତି, ବିଜେଡି-ବିଜେପି ଭିତରେ କିଛି ବି ଫରକ୍ ନାହିଁ ବୋଲି ଲୋକ ଅନୁଭବ କରୁଛନ୍ତି । ଯେହେତୁ ବିରୋଧୀ ଭାବେ ବିଜେଡି ଠିକ୍ ପ୍ରସଙ୍ଗ ଉଠାଉନି, ତେଣୁ କଂଗ୍ରେସ ଏହାର ଫାଇଦା ନେଉଛି । ୨୦୨୪ ପରଠୁ ଆଜି ପର୍ଯ୍ୟନ୍ତ ସଂସଦରେ ବିଜେଡିରେ ଷ୍ଟାଣ୍ଡ କ୍ଲିୟର ହେଇପାରିନି ବୋଲି କହିଛନ୍ତି ଭୂପିନ୍ଦର ।

ଗୋଟିଏ ସମୟରେ କଂଗ୍ରେସ ଥାଇ ବିରୋଧୀ ଦଳ ନେତା ଥିଲେ ଭୂପିନ୍ଦର ସିଂହ । ଏହାପରେ କିନ୍ତୁ ସେ ବିଜେଡିରେ ସାମିଲ ହେବା ସହ ନବୀନଙ୍କ ହାତ ଧରିଥିଲେ । ହେଲେ ଏଥର କିନ୍ତୁ ଦଳ ତାଙ୍କୁ ଟିକେଟ୍ ନଦେଇ, ନର୍ଲା ଆସନରୁ ମନୋରମାଙ୍କୁ ପ୍ରାର୍ଥୀ କରିଥିଲା । ଯେଉଁଥିପାଇଁ ଭୂପିନ୍ଦର ଏବେ ବିଜେଡି ଛାଡ଼ିବା ନେଇ ଚର୍ଚ୍ଚା ବଢୁଛି ।