କନକ ବ୍ୟୁରୋ: ହୋଟେଲ କ୍ରିଷ୍ଟାଲ କ୍ରାଉନ୍ରେ ମେଳି ବାନ୍ଧିଲେ ବିଜେଡି ନେତା । ଏହା ଆଲୋଚନାରେ ବିଜେଡିର ଅନେକ ବରିଷ୍ଠ ନେତା ସାମିଲ ହୋଇଛନ୍ତି । ଅଶୋକ ଚନ୍ଦ୍ର ପଣ୍ଡା, ଅନଙ୍ଗ ଉଦୟ ସିଂଦେଓଙ୍କ ଭଳି ନେତାଙ୍କୁ ଏଠାରେ ଦେଖିବାକୁ ମିଳିଛି । ୱାକଫ ବିଲ ସମର୍ଥନକୁ ନେଇ ଗତ କିଛି ଦିନ ହେଲା ବିଜେଡିରେ ହଲଚଲ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବିଜେଡି ନେତାଙ୍କ ମେଳି ଅନେକ ପ୍ରଶ୍ନ ଉଠାଇଛି । କାରଣ ୱାକଫ ବିଲ ସମର୍ଥନକୁ ନେଇ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଇନାହିଁ ଦଳ ।
ସବୁଠାର ବଡ଼ କଥା ହେଉଛି ହୋଟେଲ୍ ନିକଟରେ ଓହ୍ଲାଇବା ପରେ ଗାଡ଼ି ନେଇ ପଳାଇବାକୁ ଡ୍ରାଇଭରଙ୍କୁ ନିର୍ଦ୍ଦେଶ ଦେଇଥିଲେ ନେତାମାନେ । ପାଣ୍ଡିଆନଙ୍କ ବିରୋଧରେ ମେଳି ହେଲା କି ? କାହିଁକି ବରିଷ୍ଠ ନେତାମାନେ ଏକାଠି ହେଲେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପାଣ୍ଡିଆନଙ୍କ ବିରୋଧରେ କହିଥିଲେ ପ୍ରଭାତ ଓ ଚନ୍ଦ୍ରସାରଥି । କଣ ରହିଛି ଏହି ଆଲୋଚନାର ଆଭିମୁଖ୍ୟ ତାହା ସ୍ପଷ୍ଟ ହୋଇ ପାରିନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/04/09/TqzdsIrWt0x5uS9Sr6VG.jpg)