କନକ ବ୍ୟୁରୋ: ବିଜେଡି ସାଂସଦ ମୁନା ଖାନଙ୍କ ବୟାନକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା । ବିଜେପିର ୧୪ ବିଧାୟକ ବିଜେଡି ସମ୍ପର୍କରେ ଅଛନ୍ତି ବୋଲି ବିସ୍ଫୋରକ ବୟାନ ଦେଇ ରାଜ୍ୟ ରାଜନୀତିକୁ ଉଷ୍ମ କରିଦେଇଛନ୍ତି ବିଜେଡି ନେତା । ଆଉ ଜବାବରେ ଦୁଇ-ତୃତୀୟାଂଶ ଗଣିତର ପାଠ ପଢାଇ ମୁନ୍ନା ଖାନଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ଜୟନାରାୟଣ ।
ଦଳ ଭାଙ୍ଗିବାକୁ ନେଇ ବିଜେପି-ବିଜେଡି ମଧ୍ୟରେ ବୟାନବାଜି ଜାରି ରହିଥିବାବେଳେ ବିଜେଡି ସାଂସଦ ମୁନା ଖାନଙ୍କ ବୟାନ ରାଜ୍ୟ ରାଜନୀତିକୁ ସରଗରମ କରିଛି । ବିଜେଡିରୁ ଜଣକ ପରେ ଜଣେ ନେତା ବିଜେପି ଯାଉଛନ୍ତି । ଏହାରି ଭିତରେ ମୁନା ଖାନ କହିଛନ୍ତି, ବିଜେଡି ଖୁବ କମ୍ ଦିନ ଭିତରେ କ୍ଷମତାକୁ ଫେରିବ । ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ିଥିବା ୨୨ ନେତା ବିଜେପିରେ ଯୋଗ ଦେଇଥିଲେ। ବିଜେପି ଟିକେଟ୍ ପାଇ ବିଧାୟକ ହୋଇଛନ୍ତି । ସେଥିରୁ ୧୪ ବିଧାୟକ ଏବେ ବିଜେଡି ଲିଙ୍କରେ ଅଛନ୍ତି । ଜବାବରେ ବିଜେପି ନେତା ଜୟନାରାୟଣ ମିଶ୍ର କହିଛନ୍ତି, ୧୪ ଜଣ ଗଲେ ଦୁଇ ତୃତୀୟାଂଶ ହେଉଛି କି ? ଯିଏ ରାଜନୀତି ଗଣିତ ବୁଝିନାହିଁ ସିଏ ଏମିତି କୁହନ୍ତି ।
ମୁନା ଖାଁ ଓ ଜୟନାରାୟଣଙ୍କ ମଧ୍ୟରେ ବୟାନବାଜି କେବଳ ଏତିକିରେ ଥମିନାହିଁ । ବିଜେପି ସରକାର ଉପରେ ବର୍ଷିଛନ୍ତି ମୁନ୍ନା ଖାନ। ଆଉ ପ୍ରମିଳା ମଲ୍ଲିକଙ୍କ ଭଳି କହିଛନ୍ତି ଆଜି ନିର୍ବାଚନ ହେଲେ ବିଜେଡି ଶହେ ଆସନ ଜିତିବ । ଜବାବରେ ଜୟନାରାୟଣ କହିଛନ୍ତି, ୨୯ ଯାଏଁ ବିଜେଡି ରହିବ କି ନାହିଁ ସନ୍ଦେହ ।
ବିଜେଡି ଭାଙ୍ଗିଯିବ ବୋଲି ବିଜେପି ନେତା ଓ ମନ୍ତ୍ରୀଙ୍କ ବୟାନ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି । ଏଭଳି ସମୟରେ କେଉଁ ଗଣିତ ଆଧାରରେ ମୁନା ଖାନ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ସେ ନେଇ ଆଲୋଚନା ଆରମ୍ଭ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2024/10/31/JzyykF17kAJ5n2Tpb5vh.jpg)