କନକ ବ୍ୟୁରୋ: କନକ ବ୍ୟୁରୋ : ଦିଲ୍ଲୀରେ ବିଜେଡି ସାଂସଦଙ୍କ ବଡ଼ ପ୍ରେସମିଟ୍ । ବିଜେଡିର ୭ ରାଜ୍ୟସଭା ସାଂସଦ ଏକାଠି ହୋଇ ସାମ୍ବାଦିକ ସମ୍ମିଳନୀ କରି କ୍ଷୋଭ ଝାଡିଛନ୍ତି । ଦଳକୁ ନେଇ ଅପପ୍ରଚାର କରାଯାଉଥିବା କହିଛନ୍ତି ସମସ୍ତ ସାଂସଦ । ଆମେ ୭ ସାଂସଦ ଏକାଠି ଅଛୁ ଆଉ ବିଜେଡି ସହ ସବୁବେଳେ ରହିଥିବୁ । ନବୀନ ବାବୁଙ୍କ ସହ ଦୃଢ ଭାବେ ଛିଡା ହୋଇଛୁ । ଯେଉଁ ଅପପ୍ରଚାର କରାଯାଉଛି ତାକୁ ନିନ୍ଦା କରିଛନ୍ତି ବୋଲି ବିଜେଡି ସାଂସଦ କହିଛନ୍ତି ।
ବିଜେଡି ସାଂସଦ ପ୍ରେସମିଟ୍ କରି ଆହୁରି କହିଛନ୍ତି କି, ବିଜେଡି ସାଂସଦ ବିଜେପିରେ ମିଶିବା ଖବର ପ୍ରସାରଣ ହୋଇଥିଲା । ମନଗଢା ଖବର ପ୍ରସାରଣରୁ ନିବୃତ୍ତ ରହିବାକୁ ମଧ୍ୟ ଅପିଲ୍ କରିଛନ୍ତି । ବିଜେଡି ସାଂସଦ ଏପରି କହିବା ସହ ହଜାର କୋଟିର ମାନହାନୀ ମକଦ୍ଦମା ଚେତାବନୀ ଦେଇଛନ୍ଚି ନିରଞ୍ଜନ ବିଶି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2024/12/17/HMjmOG1M8rZMyh6gIXiX.jpg)