ଶୀତଅଧିବେଶନର ପ୍ରଥମ ଦିନରୁ ବିଧାନସଭା ଗରମ । ସମ୍ବିଧାନ ସଂଶୋଧନ ପ୍ରସଙ୍ଗ ଉଠାଇ ଗର୍ଜିଲା ବିଜେଡି..

Advertisment

ଆମ୍ବଟାକୁଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ହଟ୍ଟଗୋଳ କଲା କଂଗ୍ରେସ । ସମ୍ବିଧାନ ସଂଶୋଧନ ପ୍ରସଙ୍ଗ ଉଠାଇ ଗୃହ ମଧ୍ୟରେ ଗର୍ଜିଲା ବିଜେଡି । ଜବାବ ଦେଲା ବିଜେପି ..

ଆମ୍ବଟାକୁଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ହଟ୍ଟଗୋଳ କଲା କଂଗ୍ରେସ । ସମ୍ବିଧାନ ସଂଶୋଧନ ପ୍ରସଙ୍ଗ ଉଠାଇ ଗୃହ ମଧ୍ୟରେ ଗର୍ଜିଲା ବିଜେଡି । ଜବାବ ଦେଲା ବିଜେପି ..

ASSEMBLY

କନକ ବ୍ୟୁରୋ : ଆରମ୍ଭ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ । ଗୃହ ଆରମ୍ଭରୁ ବିରୋଧୀଙ୍କ ନିଶାନାରେ ସରକାର । ଏଥର ସମ୍ବିଧାନ ସଂଶୋଧନ ପ୍ରସଙ୍ଗ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ବିଧାନସଭା ପରିସରରେ ଥିବା ସମ୍ବିଧାନ ମୁଖବନ୍ଧରେ ଧର୍ମ ନିରପେକ୍ଷ ଓ ସମାଜବାଦ ଶବ୍ଦ ନାହିଁ । ତେଣୁ ଏହାକୁ ପରିବର୍ତ୍ତନ କରିବାକୁ ଦାବି କରିଛି ବିଜେଡ଼ି। କଂଗ୍ରେସ ମଧ୍ୟ ଏଥିରେ ସ୍ୱର ମିଳାଇଛି । ଏହି ପ୍ରସଙ୍ଗରେ ବିଧାନସଭା ଦୁଇଥର ମୁଲତବି ହୋଇଥିଲା ଶୂନ୍ୟକାଳରେ ପୁଣି ସମ୍ବିଧାନ ପ୍ରସଙ୍ଗରେ ଗୃହ ସରଗରମ ହୋଇଥିଲା । 

ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ -ବିଧାନସଭା ପରିସରରେ ଥିବା ସମ୍ବିଧାନ ମୁଖବନ୍ଧକୁ ପରିବର୍ତ୍ତନ କରିବା ପାଇଁ ପୁନର୍ବାର ଦାବି କରିଥିଲେ। ସମ୍ବିଧାନ ମୁଖବନ୍ଧରେ ସିକ୍ୟୁଲାର ଏବଂ ସୋସିଆଲିଷ୍ଟ ଶବ୍ଦ ନାହିଁ ଯାହା ସମ୍ବିଧାନର ଆତ୍ମା ବୋଲି ସେ ଯୁକ୍ତି ବାଢ଼ିଥିଲେ। ସେପଟେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଛନ୍ତି- ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଗ୍ରହଣ କରିଛୁ ଏବଂ ମୁଖବନ୍ଧ ସମ୍ବିଧାନର ମୂଳ ଆତ୍ମା ବୋଲି ସ୍ବୀକାର କରିଛୁ । ବିରୋଧୀ ଗୃହକୁ ଭ୍ରମିତ କରୁଛନ୍ତି । ବିଧାନସଭା ପରିସରରେ ବର୍ତ୍ତମାନ ଯେଉଁ ମୁଖବନ୍ଧଟି ସ୍ଥାନିତ ହୋଇଛି ତାହା କନଷ୍ଟିଚୁଏଣ୍ଟ ଆସେମ୍ଲିର ପ୍ରଥମ ବହି ବୋଲି ଦଳ କହିଛି। ଅନ୍ୟପକ୍ଷରେ ବୁଦ୍ଧିଜୀବୀ ମଧ୍ୟ ସରକାରଙ୍କ ପଦକ୍ଷେପକୁ ନାପସନ୍ଦ କରିଛନ୍ତି ।  ୧୯୭୬ ମସିହାରେ ଦେଶର ସମ୍ବିଧାନରେ ୪୨ ତମ ସଂଶୋଧନ ହୋଇଥିଲା । ଏଥିରେ ସମାଜବାଦୀ ଏବଂ ଧର୍ମନିରପେକ୍ଷ ଶବ୍ଦକୁ ଯୋଡାଯାଇଥିଲା । ମାତ୍ର ଏହି ଦୁଇ ଶବ୍ଦକୁ ବାଦ ଦେବାପାଇଁ ସୁପ୍ରିମକୋର୍ଟରେ ହୋଇଥିବା ପିଟିସନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe