ଅରବିନ୍ଦଙ୍କ ନିଲମ୍ବନ ପଛର କାରଣ କହିଲା ବିଜେଡି: ଜାଣନ୍ତୁ, କଣ କହିଲେ ବିଜେଡି ନେତା

Advertisment

ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ପରେ, ତାଙ୍କ ନିଲମ୍ବନ ପଛର କାରଣ କହିଛି ବିଜେଡି । ଦଳର ସାଧାରଣ ସମ୍ପାଦକ ଅମରେଶ ପତ୍ରୀଙ୍କ କହିବା ଅନୁସାରେ, ୨୨ ମାସ ହେଲା ଗୁଇନ୍ଦା ରିପୋର୍ଟ ନିଆଯାଉଥିଲା ।

ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ପରେ, ତାଙ୍କ ନିଲମ୍ବନ ପଛର କାରଣ କହିଛି ବିଜେଡି । ଦଳର ସାଧାରଣ ସମ୍ପାଦକ ଅମରେଶ ପତ୍ରୀଙ୍କ କହିବା ଅନୁସାରେ, ୨୨ ମାସ ହେଲା ଗୁଇନ୍ଦା ରିପୋର୍ଟ ନିଆଯାଉଥିଲା ।

Arvind Mohapatra

Arvind Mohapatra Photograph: (kanak news)

କନକ ବ୍ୟୁରୋ: ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ପରେ, ତାଙ୍କ ନିଲମ୍ବନ ପଛର କାରଣ କହିଛି ବିଜେଡି । ଦଳର ସାଧାରଣ ସମ୍ପାଦକ ଅମରେଶ ପତ୍ରୀଙ୍କ କହିବା ଅନୁସାରେ, ୨୨ ମାସ ହେଲା ଗୁଇନ୍ଦା ରିପୋର୍ଟ ନିଆଯାଉଥିଲା । ଆଉ ଏଥିରୁ ଜଣାପଡ଼ିଥିଲା ଯେ, ଟିକେଟ୍ ନେବା ପରଦିନଠୁ ଦଳ ସହ ଅରବିନ୍ଦ ମହାପାତ୍ର ବିଶ୍ୱାସ ଘାତକତା କରିଥିଲେ । ସାଂସଦ ପ୍ରାର୍ଥୀଙ୍କୁ ହରାଇବାକୁ ଷଡ଼ଯନ୍ତ୍ରର ମଙ୍ଗ ଧରିଥିଲେ ଅରବିନ୍ଦ । ନିଜ କାର୍ଯ୍ୟକ୍ରମରେ ଦଳୀୟ ଚିହ୍ନ ଆଉ ସଭାପତି ନବୀନ ପଟ୍ଟନାୟକଙ୍କ ଫଟୋ ବି ରଖୁନଥିଲେ । ଖାଲି ସେତିକି ନୁହେଁ, ପଞ୍ଚାୟତରେ ଦଳ ଲୋକଙ୍କୁ ହଟାଇ ନିଜ ଲୋକଙ୍କୁ ଅରବିନ୍ଦ ରଖୁଥିଲେ ବୋଲି ଅଭିଯୋଗ କରିଛନ୍ତି ବିଜେଡି ସାଧାରଣ ସମ୍ପାଦକ ।

ଅମରେଶ ପତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଯୁବ ପ୍ରତିଭାଙ୍କୁ ନବୀନ ପଟ୍ଟନାୟକ ଅନେକ ସମୟରେ ସୁଯୋଗ ଦେଇଛନ୍ତି । ଆଗକୁ ବଢ଼ିବାକୁ ଦଳର ଅନେକ ଗୁରୁତ୍ଵପୂର୍ଣ୍ଣ ପଦପଦବୀରେ ମଧ୍ୟ ରଖିଛନ୍ତି। କିନ୍ତୁ ଦୁର୍ନୀତି ଓ ବିଶ୍ୱାସଘାତକ କାରଣରୁ ଦୁଇ ବିଧାୟକଙ୍କୁ ନିଲମ୍ବନ କରାଯାଇଛି । ବିନା ତଥ୍ୟରେ ଦଳର ସଭାପତି ନିଷ୍ପତି ନିଅନ୍ତିନି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ : ପଶ୍ଚିମବଙ୍ଗରେ ପୁଣି ଜଳିଲା ନିଆଁ: ବିହାରରେ ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ ଘଟଣାରେ ରାଜପଥ ଅବରୋଧ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅରବିନ୍ଦ କେବଳ ଦଳ ସହ ବିଶ୍ୱାସଘାତକ କରିନାହାନ୍ତି ବରଂ ପାଟକୁରାବାସୀଙ୍କ ସହ କରିଛନ୍ତି। ୨୫ ବର୍ଷ ତଳେ ତାଙ୍କ ବାପା ଯାହା କରିଥିଲେ ତାକୁ ଭୁଲି ତାଙ୍କୁ ଟିକେଟ ଦିଆଗଲା । ଆଉ ଟିକେଟ ପାଇ ଜିତିବା ପରେ ପ୍ରଥମ ଦିନରୁ ଆରମ୍ଭ ହେଲା ତାଙ୍କର କାମ। ଟିକେଟ ମିଳିବ ସମୟରେ ସେ ସାଂସଦ ପ୍ରାର୍ଥୀଙ୍କୁ ହରେଇବାକୁ ଗୁରୁଦାୟିତ୍ଵ ନେଇଥିଲେ ଆଉ ଷଡ଼ଯନ୍ତ୍ର କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe